ବାୟୁସେନାରୁ ଅବସର ନେବ ମିଗ୍-୨୧

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଦୀର୍ଘ ୬ ଦଶନ୍ଧି (୬୨ ବର୍ଷ) ଧରି ସେବା ଯୋଗାଇ ଦେଇ ଆସୁଥିବା ମିଗ୍-୨୧ ଯୁଦ୍ଧବିମାନକୁ ଅବସର ଦିଆଯିବ। ଏହି ଯୁଦ୍ଧ ବିମାନକୁ ଅବସର ଦେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ ଏୟାରବେସ୍‌ ଏକ ବିଦାୟକାଳୀନ ଉତ୍ସବର ଆୟୋଜନ କରାଯିବ। ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା। ୧୯୬୦ ଓ ୭୦ ଦଶକରେ ଏହା ବାୟୁସେନାର ମୁଖ୍ୟ ଆୟୁଧ ବିବେଚିତ ହେଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୁଦ୍ଧବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାକୁ ‘ଉଡନ୍ତା କଫିନ’ ଭାବରେ ନାମିତ କରାଯାଇଥିଲା। ୧୯୬୫ ପାକିସ୍ତାନ ବିରୋଧୀ ଯୁଦ୍ଧ, ୧୯୭୧ ବାଂଲା​‌େ​‌ଦଶ ସ୍ବାଧୀନତା ଯୁଦ୍ଧ ଓ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମିଗ୍-୨୧ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏପରି କି ଅପରେସନ ସିନ୍ଦୂର ସମୟରେ ମଧ୍ୟ ମିଗ୍-୨୧କୁ ସଜାଗ ରଖାଯାଇଥିଲା। ସ୍କ୍ବାର୍ଡନ ନମ୍ବର ୨୩ର ଅବସର ପରେ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ସଂଖ୍ୟା ୨୯କୁ ହ୍ରାସ ପାଇବ।

  • Related Posts

    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading
    ଜିମ୍ବାୱେରେ  ଡଙ୍ଗା ବୁଡ଼ିଲା; ୧୫  ମୃତ

    ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଚି। ରିପୋର୍ଟ ଅନୁଯାୟୀ ୧୫ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ଏବଂ ୨୦ ରୁ ଅଧିକ ନିଖୋଜ ଅଛନ୍ତି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ