ସୂଚନା ଅଧିକାର ଆଇନ ଅଧୀନରେ ଆସିବ ବିସିସିଆଇ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟ ବୁଧବାର ଲୋକସଭାରେ ଜାତୀୟ କ୍ରୀଡ଼ା ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଇନ୍‌ରେ ପରିଣତ ହେବ। ଏହି ବିଧେୟକର ଅନ୍ୟତମ ମୁଖ୍ୟାଂଶ ହେଉଛି ବିଶ୍ବର ସବୁଠାରୁ ଧନଶାଳୀ ଓ ପ୍ରଭାବଶାଳୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଏଣିକି ଏକ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ପରିଗଣିତ ହେବ। ଫଳରେ ଏହା ସୂଚନା ଅଧିକାର ଆଇନ୍‌ ଅଧୀନକୁ ଆସିପାରିବ। ୨୦୧୧ରୁ କେନ୍ଦ୍ର ସରକାର ବିସିସିଆଇକୁ ସୂଚନା ଅଧିକାର ଆଇନ୍‌ ଅଧୀନକୁ ଆଣିବାର ପ୍ରୟାସ କରି ଆସୁଥିଲେ। ତେବେ ବିସିସିଆଇ ଏହାକୁ ବିରୋଧ କରିଆସୁଛି। ବିସିସିଆଇ ଯୁକ୍ତି ବାଢ଼ିଆସିଛି ଯେ, ଏହା ଏକ ସ୍ବୟଂଶାସିତ କ୍ରୀଡ଼ା ସଂଘ। ଏହା ଆଇସିିସି ଅଧୀନରେ ରହିଛି। ବିସିସିଆଇର ନିଜସ୍ବ ସମ୍ବିଧାନ ରହିଛି; ଯାହା ଆଇସିସି ଦ୍ବାରା ଅନୁମୋଦିତ। ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ଏହା ସରକାରଙ୍କଠାରୁ ବାର୍ଷିକ ଅନୁଦାନ ନିଏନାହିଁ। ଏହା ନିଜେ ରାଜସ୍ବ ଆୟ କରିଥାଏ ଏବଂ ଏଥିରେ ଦେଶରେ କ୍ରିକେଟ୍‌ ପରିଚାଳନା କରିଥାଏ। ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ମଧ୍ୟ ବିସିସିଆଇ ପ୍ରଦତ୍ତ ଅର୍ଥରେ କ୍ରିକେଟ୍‌ ଚଳାଇଥାଆନ୍ତି। ତେଣୁ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ ହେବନାହିଁ ବୋଲି ବିସିସିଆଇ ଜିଦ୍ ଧରିଥିଲା। ହେଲେ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଜାତୀୟ କ୍ରୀଡ଼ା ବିଧେୟକ ଆଇନ୍‌ରେ ପରିଣତ ହେଲେ ବିସିସିଆଇ ସୂଚନା ଅଧିକାର ଆଇନ୍ ଅଧୀନକୁ ଆସିବା ବାଧ୍ୟତାମୂଳକ ହୋଇଯିବ।

ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ବିସିସିଆଇ ବାର୍ଷିକ ସ୍ବୀକୃତି ପାଇଁ ଆବେଦନ କରିବ ଏବଂ ଏବେ ଚାଲିଥିବା ଓ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଆଇନ୍‌ଗତ ମାମଲା ଜାତୀୟ କ୍ରୀଡ଼ା ଟ୍ରାଇବୁନାଲ ଜରିଆରେ ସମାଧାନ ହେବ। କୌଣସି ବିବାଦ ହେଲେ ବିସିସିଆଇ କିମ୍ବା ଏହାର ଅନୁବନ୍ଧିତ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ସିଧାସଳଖ କୌଣସି ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ନାହିଁ। ସେପ୍ଟେମ୍ବରରେ ବିସିସିଆଇର ନିର୍ବାଚନ ହେବା ପରେ ଏହାକୁ ଜାତୀୟ କ୍ରୀଡ଼ା ବୋର୍ଡଠାରୁ ସ୍ବୀକୃତି ପାଇଁ ଆବେଦନ କରିବାକୁ ପଡ଼ିବ। ଜାତୀୟ କ୍ରୀଡ଼ା ବିଧେୟକ ଆଇନ୍‌ରେ ପରିଣତ ହେଲେ ଏହାକୁ ଦେଶର ସମସ୍ତ ଆଇନ୍ ମାନିବାକୁ ପଡ଼ିବ। ସରକାରଙ୍କଠାରୁ ଏହା ଟଙ୍କାଟିଏ ନେଉ ନ ଥିଲେ ମଧ୍ୟ ଜାତୀୟ କ୍ରୀଡ଼ା ଆଇନ୍‌କୁ ଏହାକୁ ମାନିବାକୁ ପଡ଼ିବ। ତେବେ ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ବିସିସିଆଇ ମଧ୍ୟ ଏକ ସ୍ବୟଂଶାସିତ ସଂସ୍ଥା ଭାବେ ପରିଗଣିତ ହେବ ବୋଲି ନୂତନ ବିଧେୟକର ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ