ଏଣିକି ଜବ୍‌କାର୍ଡଧାରୀ କରିବେ e-KYC

ଭୁବନେଶ୍ବର : ଆଉ ଖସିପାରିବେନି ନକଲି ଜବ୍‌କାର୍ଡଧାରୀ । ଓଡ଼ିଶାରେ ଜବ୍‌କାର୍ଡ ଠକେଇ ନେଇ ଲୋକସଭାରେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନଙ୍କ ମନ୍ତବ୍ୟ ପରେ କଠୋର ହୋଇଛନ୍ତି ରାଜ୍ୟ ସରକାର । ନକଲି ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ସମସ୍ତ ଜବ୍ କାର୍ଡଧାରୀ ଇ-କେୱାଇସି କରିବା ବାଧ୍ୟତାମୂଳକ । ୩ ମାସ ଭିତରେ ଇ-କେୱାଇସି ନକେଲ କଟିଯିବ କାର୍ଡ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ୍ କାର୍ଡ ଦେଇଥିବା ବେଳେ କିଏ ନକଲି ଜବ୍‌ କାର୍ଡ ହାତେଇଥିଲେ ତାର ଉତ୍ତର ପୂର୍ବରୁ ଯିଏ ଶାସନ କରୁଥିଲେ ସେ ଦିଅନ୍ତୁ ବୋଲି କହିଛନ୍ତି ।

ତେବେ ଗୁରୁବାର ସଂସଦରେ ଏନେଇ ତଥ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନ । ତଥ୍ୟ ଅନୁସାରେ ନକଲି ଜବ୍ କାର୍ଡ ହାତେଇବାରେ ବିହାର ପରେ ଓଡ଼ିଶା ଦେଶରେ ଦ୍ବିତୀୟ । ୨୦୨୨-୨୩ରେ ୧ ଲକ୍ଷ ୧୪ ହଜାର ୪୫୪ଟି ନକଲି ଜବ୍‌କାର୍ଡ ବାଦ ଦିଆଯାଇଥିଲା । ସେହିପରି ୨୦୨୩-୨୪ରେ ୨୨ ହଜାର ୨୬୪ ଏବଂ ୨୦୨୪-୨୫ରେ ୭୫୬୬ଟି ନକଲି ଜବ୍‌ କାର୍ଡକୁ ବାଦ୍ ଦିଆଯାଇଛି ।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ