ଏଣିକି ଜବ୍‌କାର୍ଡଧାରୀ କରିବେ e-KYC

ଭୁବନେଶ୍ବର : ଆଉ ଖସିପାରିବେନି ନକଲି ଜବ୍‌କାର୍ଡଧାରୀ । ଓଡ଼ିଶାରେ ଜବ୍‌କାର୍ଡ ଠକେଇ ନେଇ ଲୋକସଭାରେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନଙ୍କ ମନ୍ତବ୍ୟ ପରେ କଠୋର ହୋଇଛନ୍ତି ରାଜ୍ୟ ସରକାର । ନକଲି ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ସମସ୍ତ ଜବ୍ କାର୍ଡଧାରୀ ଇ-କେୱାଇସି କରିବା ବାଧ୍ୟତାମୂଳକ । ୩ ମାସ ଭିତରେ ଇ-କେୱାଇସି ନକେଲ କଟିଯିବ କାର୍ଡ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ୍ କାର୍ଡ ଦେଇଥିବା ବେଳେ କିଏ ନକଲି ଜବ୍‌ କାର୍ଡ ହାତେଇଥିଲେ ତାର ଉତ୍ତର ପୂର୍ବରୁ ଯିଏ ଶାସନ କରୁଥିଲେ ସେ ଦିଅନ୍ତୁ ବୋଲି କହିଛନ୍ତି ।

ତେବେ ଗୁରୁବାର ସଂସଦରେ ଏନେଇ ତଥ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନ । ତଥ୍ୟ ଅନୁସାରେ ନକଲି ଜବ୍ କାର୍ଡ ହାତେଇବାରେ ବିହାର ପରେ ଓଡ଼ିଶା ଦେଶରେ ଦ୍ବିତୀୟ । ୨୦୨୨-୨୩ରେ ୧ ଲକ୍ଷ ୧୪ ହଜାର ୪୫୪ଟି ନକଲି ଜବ୍‌କାର୍ଡ ବାଦ ଦିଆଯାଇଥିଲା । ସେହିପରି ୨୦୨୩-୨୪ରେ ୨୨ ହଜାର ୨୬୪ ଏବଂ ୨୦୨୪-୨୫ରେ ୭୫୬୬ଟି ନକଲି ଜବ୍‌ କାର୍ଡକୁ ବାଦ୍ ଦିଆଯାଇଛି ।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ