ଏମ୍ସରେ ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ:ନର୍ସିଂ ଅଫିସର୍‌ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଅଭିଯୋଗରେ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ହସ୍ପିଟାଲର ନର୍ସିଂ ଅଫିସର୍‌ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆଣିଥିଲେ ପୀଡିତା ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ସେ ଭୁବନେଶ୍ୱର ଏମ୍ସର ଜଣେ ନର୍ସିଂ ଷ୍ଟାଫ୍ । ଗତ ୨୭ ତାରିଖରେ ସେ କାର୍ୟ୍ୟରେ ଥିବା ସମୟରେ ତାଙ୍କୁ ଜଣେ ନର୍ସିଂ ଅଫିସର ଡାକ୍ତରଙ୍କ ରୁମକୁ ଡକାଇ ଅଶାଳୀନ ବ୍ୟବହାର କରିବା ସହ ତାଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ । ପରେ ନର୍ସିଂ ଷ୍ଟାଫ୍ ସେଠାରୁ ପଳାଇ ଆସି ସୁପରଭାଇଜରଙ୍କୁ ଜଣାଇଥିଲେ । ଏହାପରେ କଣ୍ଟ୍ରୋଲ ରୁମରେ ନର୍ସିଂ ଅଫିସର ମହିଳା ଆଟେଣ୍ଡାଣ୍ଟଙ୍କୁ ଭୁଲ ମାଗିବା ସହ ତାଙ୍କର ମୋବାଇଲରେ ଥିବା ପ୍ରମାଣକୁ ଡିଲିଟ ପାଇଁ ଚାପ ପକାଯାଇଥିଲା ।

ପୀଡିତା ଏ ସମ୍ପର୍କରେଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାତ୍ରା କୌଣସି କାର୍ୟ୍ୟାନୁଷ୍ଠାନ ନିଆ ନ ଯିବାରୁ ଶେଷରେ ନର୍ସିଂ ଷ୍ଟାଫ୍ ଜଣଙ୍କ ଏମ୍ସ ଗେଟ୍ ସାମ୍ନାକୁ ଆସି ଧାରଣାରେ ବସିଥିଲେ‌ । ପୀଡିତାଙ୍କ ସହ ଏପରି ଘଟଣାକ୍ରମ ନେଇ ଅନ୍ୟ ସହଯୋଗୀମାନେ ମଧ୍ୟ ଆସି ତାଙ୍କୁ ସମର୍ଥନ ଦେଇ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଧାରଣାରେ ବସିଥିଲେ‌ ।

  • Garvita Odia

    Related Posts

    ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

    ଭୁବନେଶ୍ୱର: ସହକର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଡରିଯାଇଥିଲେ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ବାହାରପଟୁ ତାଲା ପକାଇ ଦେଇଥିଲେ। ଆଉ ଦିନ ସାରା ପୂରା ପରିବାର ସହିତ ଘର ଭିତରେ…

    ଓଟିଇଟି ପ୍ରଶ୍ନପତ୍ର ଲିକ୍ , ୬ ଗିରଫ

    ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଂଚ ୬ଜଣଙ୍କୁ ଗିରଫ କରିଛି । ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍