ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ସହକର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଡରିଯାଇଥିଲେ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ବାହାରପଟୁ ତାଲା ପକାଇ ଦେଇଥିଲେ। ଆଉ ଦିନ ସାରା ପୂରା ପରିବାର ସହିତ ଘର ଭିତରେ ରହିଥିଲେ। ହେଲେ ବିଳମ୍ବିତ ରାତିରେ ଭିଜିଲାନ୍ସ ଘରଟିକୁ ସିଲ୍‌ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ଦ୍ୱାର ଖୋଲିଥିଲେ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୁଧବାର ଭୁବନେଶ୍ୱରର ସଡ଼କ ଓ ଗୃହ ନିର୍ମାଣ (ଆର ଆଣ୍ଡ ବି) ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହା ଦେଖି ଡରି ଯାଇଥିଲେ ତାଙ୍କ ବନ୍ଧୁ ତଥା ସହକର୍ମୀ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା। କାରଣ ରାଜକିଶୋରଙ୍କ ସହିତ ମିଶି ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ କସମୋପୋଲିସ୍‌ରେ ସେ କିଣିଥିଲେ ଗୋଟିଏ ଫ୍ଲାଟ୍। ସେମାନଙ୍କ ମଧ୍ୟରେ ଟଙ୍କା ନେଣଦେଣ ହେଉଥିଲା ଓ କିଛି ସଂପତ୍ତି ସେମାନଙ୍କ ମିଳିତ ମାଲିକାନାରେ ରହିଛି। ତାଙ୍କ ଆଶଙ୍କା ଠିକ୍‌ ଥିଲା। ଭିଜିଲାନ୍ସ ଟିମ୍‌ କସମୋପୋଲିସ୍‌ ସ୍ଥିତ ତାଙ୍କ ଘର (ଫ୍ଲାଟ୍‌ ନମ୍ବର ଏଚ୍‌-୧୬୪)କୁ ଆସିଥିଲା। ତେବେ ସେତେବେଳକୁ ଅଶୋକ କୁମାର ପଣ୍ଡା ଭିଜିଲାନ୍ସ ରେଡ୍‌ରୁ ବର୍ତ୍ତିବାକୁ ଘରର ମୁଖ୍ୟଦ୍ୱାରରେ ଲାଗିଥିବା ଗ୍ରୀଲରେ ବାହାର ପଟୁ ତାଲା ପକାଇ ଦେଇଥିଲେ। ସେ ଓ ତାଙ୍କ ପରିବାର ଲୋକେ (ପତ୍ନୀ, ପୁଅ ଓ ଝିଅ) ଘର ଭିତରେ ରହିଥିଲେ। ତା’ ସହିତ ଭିଜିଲାନ୍ସ ଯେପରି ତାଙ୍କ ସହିତ ଯୋଗାଯୋଗ କରି ନପାରିବ, ସେଥିପାଇଁ ମୋବାଇଲ ଫୋନକୁ ସୁଇଚ ଅଫ କରି ଦେଇଥିଲେ।ଘର ବାହାରେ ତାଲା ପଡ଼ିଥିବା ଦେଖି ଭିଜିଲାନ୍ସ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଫୋନ୍‌ କରିଥିଲା। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ ଦେଖାଇଥିଲା। ଫଳରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ଚାଲିଯାଇଥିଲେ। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିସାରିବା ପରେ ବିଳମ୍ବିତ ରାତିରେ ଭିଜିଲାନ୍ସ ପୁଣି ତାଙ୍କ ବନ୍ଧୁ ତଥା ସହକର୍ମୀ ଅଶୋକ କୁମାର ପଣ୍ଡାଙ୍କ କସମୋପୋଲିସ୍‌ ସ୍ଥିତ ଘରକୁ ଫେରିଥିଲା। ଶ୍ରୀ ପଣ୍ଡାଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ନହେବାରୁ ଭିଜିଲାନ୍ସ ଘରଟିକୁ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ଘର ସିଲ୍ ହେବାକୁ ଯାଉଥିବା ଜାଣିପାରି ଶ୍ରୀ ପଣ୍ଡା ଭିତରପଟୁ ଦ୍ୱାର ଖୋଲିଥିଲେ।
ଆଜି ସକାଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ପଣ୍ଡାଙ୍କ ଘରର ଝରକାରେ ବାହାର ପଟକୁ ଏକ ବ୍ୟାଗ୍ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ସାକ୍ଷୀଙ୍କ ଉପସ୍ଥିତିରେ ବ୍ୟାଗ୍‌ଟିକୁ ଉଦ୍ଧାର କରାଯାଇଥିଲା। ଯାଞ୍ଚ ବେଳେ ସେଥିରୁ ନଗଦ ୧ ଲକ୍ଷ ଟଙ୍କା, ୧୦ ଗ୍ରାମ ରୁପା କଏନ, ୬୦ ଗ୍ରାମର ସୁନା ଅଳଙ୍କାର, ଅରିଜିନାଲ ଆରଓଆର, ଶ୍ରୀ ପଣ୍ଡାଙ୍କର ଆଇଫୋନ୍‌, ଗାଡ଼ି ଚାବି ଓ ଅନ୍ୟାନ୍ୟ କାଗଜପତ୍ର ମିଳିଥିଲା।ପଚରାଉଚରା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ପଣ୍ଡା ମାନିଥିଲେ ଯେ ପ୍ରମାଣ ନଷ୍ଟ କରିବା ପାଇଁ ସେ ବ୍ୟାଗଟିକୁ ଫୋପାଡ଼ିବାକୁ ପ୍ରୟାସ କରିଥିଲେ।ଭିଜିଲାନ୍ସ ପକ୍ଷରୁ ଆଜି ଶ୍ରୀ ପଣ୍ଡାଙ୍କର ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସମ୍ପତ୍ତି ଠାବ କରାଯାଇଛି।

  • Garvita Odia

    Related Posts

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଭୁବନେଶ୍ୱର: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହୋଇଛନ୍ତି । ସ୍ୱାମୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଓସ୍‍ଡମାରେ ଡିଜିଏମ୍‍ ଭାବେ…

    ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

    ମୋହନା: ମୋହନା ଆର୍‌ଡବ୍ଲୁ ଏସଏସ୍‌ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ମାମଲାରେ ପିଅନ ଶିବ ନାୟକ ଗିରଫ । ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇ ଥିଲା । ଗଜପତି ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

    ପରିସ୍ରା ପିଆଇବା ମାମଲା:  ପିଅନ ଗିରଫ

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି