ଅଗଷ୍ଟ ୩୧ରେ ସ୍ପେଶାଲ୍ OTET

ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET। ସକାଳ ୯ଟାରୁ ୧୧.୩୦ ଯାଏ ପେପର୍‌-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ।

ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ ହୋଇଥିଲା। OTET ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ବୋର୍ଡ ଉପସଭାପତିଙ୍କ ଅଫିସର ଜଣେ ଡାଟା ଏଣ୍ଟ୍ରୀ ଅପରେଟର ରହିଥିବା ବେଳେ ୨ ଜଣ ଶିକ୍ଷକ ନେତା ବି ଅଛନ୍ତି। ଆଜି ଏକ ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧର କହିଛନ୍ତି, କାହିଁକି ପ୍ରଶ୍ନପତ୍ର ଲିକ୍‌ ହେଲା, ତା’ର ତଦନ୍ତ ଚାଲିଛି। ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ୭ ଜଣ ଗିରଫ ହେବା ପରେ ଆଉ କିଏ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି। ଲାପଟପ୍ ପାସଓ୍ୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି। କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ତା’ର ଲିଙ୍କ୍ ଖୋଜା ଚାଲିଛି। ସମସ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ