ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ସମୟସୂଚୀ

ଭୁବନେଶ୍ୱର : ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ପାଇଁ ପରିବର୍ତ୍ତିତ ସମୟସୂଚୀ। ଆଜି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ମାର୍କ ଅନୁଯାୟୀ ପୂର୍ବରୁ ଦେଇଥିବା ଚଏସ୍‌ ଲକିଂ ଅଗଷ୍ଟ ୪ ତାରିଖ ସୁଦ୍ଧା ପରିବର୍ତ୍ତନ କରିପାରିବେ। ଏହାପରେ ୮ ତାରିଖରେ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବେ। ଏହାସହ ୧୧ରୁ ୧୩ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ନାମଲେଖାଇ ପାରିବେ। ୧୯ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।୨୨ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବାସହ ନାମଲେଖାଇ ପାରିବେ। ଏହାପରେ ୨୬ରେ ତୃତୀୟ ପର୍ୟ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧ ସୁଦ୍ଧା ଏହାର ନାମଲେଖା ସରିବ। ଚତୁର୍ଥ ପର୍ୟ୍ୟାୟ ବା ସ୍ପଟ୍‌ ନାମଲେଖା ପାଇଁ ସେପ୍ଟେମ୍ବର ୩ରୁ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏହାର ମେଧା ତାଲିକା ୮ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ୧୩ ତାରିଖ ମଧ୍ୟରେ ନାମଲେଖା ସରିବ। ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପୂର୍ବରୁ ଜୁନ୍‌ ୨୫ ତାରିଖରେ ପ୍ରଥମ ରାଉଣ୍ଡ ମେଧାତାଲିକା ପ୍ରକାଶ ପାଇବା ସହ ଜୁଲାଇ ୨୨ତାରିଖ ସୁଦ୍ଧା ତୃତୀୟ ପର୍ୟ୍ୟାୟ ନାମଲେଖା ସାରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅସଙ୍ଗତି ହୋଇଥିବା ଅଭିଯୋଗ ହେବାରୁ ନାମଲେଖା ପ୍ରକ୍ରିୟାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦାବି ପରେ ପ୍ରୋଭିଜିନାଲ୍‌ ଆନ୍‌ସାର୍‌ କି’ ପ୍ରକାଶ ପାଇଥିଲା। ଏହାପରେ ଗତ ୨୧ ତାରିଖରେ ଚୂଡ଼ାନ୍ତ ପରିବର୍ତ୍ତିତ ଆନ୍‌ସାର୍‌ କି’ ପ୍ରକାଶ ପାଇଥିବାବେଳେ ପ୍ରାୟ ୧୭ଟି ଉତ୍ତର ପରିବର୍ତ୍ତନ ହୋଇଛି। ଆସନ୍ତାକାଲି ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବାର ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉକ୍ରଣ୍ଠା ରହିଛି। ଜୁଲାଇ ୨୪ ତାରିଖରୁ ପାଠପଢ଼ା ଆରମ୍ଭ କରିବାକୁ ମୂଳ ବିଜ୍ଞପ୍ତିରେ ଧାର୍ୟ୍ୟ ହୋଇଥିବାବେଳେ ସାନି ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ। ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ପାଇଁ ମାସାଧିକ କାଳ ପାଠପଢ଼ା ବାଧାପ୍ରାପ୍ତ ହୋଇଛି।

  • Related Posts

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହାର ମାମଲାର ଶୁଣାଣି ଆଜି ଟ୍ରିବୁ୍ୟନାଲରେ ହେବାକୁ ଥିବାବେଳେ ତାହା ଏବେ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । ଉଭୟ…

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଶହେ କି ଦୁଇ ଶହ ନୁହେଁ ରାଜ୍ୟରେ ଅବସର…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’