ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ଆଜି ପ୍ରେସ ବାର୍ତ୍ତା ମାଧ୍ୟମରେ ଶ୍ରୀ ଯୁକ୍ତ ଦାସ କହିଛନ୍ତି କି ବଳଙ୍ଗା ପୀଡିତାଙ୍କ ଘଟଣା ଆଜିକୁ ଦୁଇ ସପ୍ତାହ ହେଲା। ଶେଷରେ ତାଙ୍କ ମୃତ୍ୟୁ ହେଲା । ଶନିବାର ଘଟଣା ଘଟିଥିଲା ଏବଂ ଆଜି ସେଇ ଶନିବାର ତାର ମୃତ୍ୟୁ ହେଲା। ଦୀର୍ଘ ୧୫ ଦିନ ହେଲା ଏତେ ବଡ଼ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତଙ୍କୁ ଆଧୁନିକ ଯୁଗରେ ପୁଲିସ ଧରି ପାରିଲା ନାହିଁ । ଏଥରୁ ପୁଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ। ପୀଡ଼ିତାଙ୍କ ବୟାନ ପୁଲିସ ବ ରେକର୍ଡ କରିଛି କିନ୍ତୁ ଲୋକ ଲୋଚନକୁ ଅଣାଯାଉ ନାହିଁ । ଗୋଟିଏ ଗୋଟିଏ ଘଟଣା କେମିତି ଚପାଇ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦରକାର। ଯଦି ସାତଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଆମେ ଧରିନେବୁ ସରକାର ପୁଲିସ ବିଭାଗ ଚଳାଇ ପାରୁ ନାହାନ୍ତି । ଆମେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଆଜି ଘୋଷଣା କରିଛନ୍ତି ଶ୍ରୀଯୁକ୍ତ ଦାସ।

ଏଫ୍ ଏମ୍ ଛାତ୍ରୀ ପୋଡ଼ି ଘଟଣାରେ ପେଟ୍ରୋଲ କିଏ ଆଣିଲା,ମ୍ୟାଚିସ କିଏ ଦେଲା ଏବଂ କେଉଁମାନେ ଉପସ୍ଥିତ ଥିଲେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଆସିଲା କିନ୍ତୁ ଅପରାଧୀ ମାନେ ଏ ପର୍ୟ୍ୟନ୍ତ ଧରାହେଇ ନାହାନ୍ତି। ସରକାର ସବୁ କ୍ଷେତ୍ରରେ ନିଜେ ଅପରାଧ କଲା ଭଳିଆ ବ୍ୟବହାର କାହିଁକି କରୁଛି ? ଚୋରଙ୍କୁ ନ ଧରି ଚୋରଙ୍କ ଭଳିଆ ହେଉଛି କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ଦାସ।ଏଭଳି ଦୁର୍ବଳ ପ୍ରଶାସନ ଆମେ କେବେ ଦେଖି ନ ଥିଲୁ, ଆମର ଦୁର୍ଭାଗ୍ୟ ଏଭଳି ଏକ ସରକାର ଆମେ ପାଇଛୁ । ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଅପରାଧୀ ଧରିବାରେ ବିଫଳ । ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି ।କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ସାଧାରଣ କେସ ଯେପରି ପୋଲିସ ତତ୍ପରତା ଦେଖାଉଛି।ଏଫ୍ ଏମ୍ କଲେଜ ଏବଂ ବଲଙ୍ଗା କେସ ରେ କାହିଁକି ତତ୍ପରତା ଦେଖାଇଲାନି। ବଳଙ୍ଗା ଛାତ୍ରୀ ଘଟଣା ଉପ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଘଟିଛି।ଏଭଳି ଅପରାଧୀ ମାନଙ୍କୁ ବାରମ୍ବାର ଛାଡୁଛନ୍ତି ବା ଘଣ୍ଟ ଘୋଡାଉଛନ୍ତି।ତେଣୁ ନାରୀ ଅତ୍ୟାଚାର ବଢ଼ିଚାଲିଛି।ତାହାର ସୀମା ନାହିଁ।ବିଶ୍ଵ ଦରବାରରେ ଆପଣ ଲଜ୍ଜିତ ହେଲେଣି।ଦେଶରେ ଆପଣ ଲଜ୍ଜିତ ହେଲେଣି । ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କଲା କିନ୍ତୁ ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କଲେ ନାହିଁ ବୋଲି ଶ୍ରୀ ଯୁକ୍ତ ଦାସ କ୍ଷଭୋ ପ୍ରକାଶ କରିଛନ୍ତି। ବୟାନ ପରେ ବୟାନ ନେଲେ କିଏ ଦେଖିଛି। ଦିନକ ପୂର୍ବରୁ ବୟାନ ଦେଇଥିବା ଛାତ୍ରୀ କିପରି ମୃତ୍ୟୁ ବରଣ କରିବ। ଏଥିରେ ସନ୍ଦେଶ ଜାତ ହେଉଛି। ଯଦି ବୟାନ ରେକର୍ଡ କରିଛନ୍ତି ତେବେ ଲୋକ ଲୋଚନକୁ ଆଣନ୍ତୁ। ଯଦି ଦୋଷିମାନଙ୍କୁ ବଞ୍ଚାଇବା ପାଇଁ ବୟାନ ରେକର୍ଡ କରାଯାଉଛି ତେବେ ଏହା ଅକ୍ଷମଣୀୟ ଅପରାଧ ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି।

ମହିଳାଙ୍କୁ ବଞ୍ଚାଇବା ପାଇଁ,ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆମେ ବିରୋଧୀଦଳ ଭାବେ ଯେତେ ଚିତ୍କାର କରିଛୁ କେହି କରିନାହାନ୍ତି। ଆମେ ଅସହାୟ ଅଛୁ। ଆମର ତ ନବୀନ ବାବୁଙ୍କ ଦଳ ଭଳିଆ ୫୧ ବିଧାୟକ ନାହାନ୍ତି। ଆମର ୫୧ ବିଧାୟକ ଥିଲେ ସ୍ଵତନ୍ତ୍ର ଅଧିବେଶନ ଡାକି ଏମାନଙ୍କୁ ବାହାର ରାସ୍ତା ଦେଖେଇ ଦେଇଥାତ୍ନୁ। ନ୍ୟାୟ ଦେବାର ଆବଶ୍ୟକତା ଅଛି।ଆମେ ମହିଳାଙ୍କୁ ନ୍ୟାୟ ଦେବା ଆପ୍ରାଣ ଉଦ୍ୟମ କରୁଛୁ। ତେଣୁ ସାତ ଦିନ ଭିତରେ ନ୍ୟାୟ ନ ମିଳିଲେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଶ୍ରୀ ଦାସ ଘୋଷଣା କରିଛନ୍ତି।

  • Related Posts

    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading
    ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

    ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ