ପଥର ଖାଦାନରେ ବିସ୍ଫୋରଣ, ୯ ମୃତ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ଏକ ପଥର ଖଣିରେ ଆଜି ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି । ଆନ୍ଧ୍ରପ୍ରଦେଶର ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ। ଏଥିରେ ୯ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୭ ଓ ଗଜପତି ଜିଲ୍ଲା ମୋହନାର ୨ ଜଣ ବୋଲି ଜଣାପଡ଼ିଛି । ରବିବାର ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ବଡ଼ ବଡ଼ ପଥର ଖସି ପଡ଼ିବାରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ବାପତଲା ଜିଲ୍ଲାର ବାଲିକୁରାଭା ନିକଟରେ ଏକ ଘରୋଇ ଖଣିରେ ନିୟମିତ କାର୍ୟ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରବିବାର ସକାଳ ୯ଟାରେ ଶ୍ରମିକମାନେ ଡ୍ୟୁଟିରେ ଆସିଥିଲେ ଏବଂ କିଛି ମିନିଟ୍ ପରେ ବ୍ଲାଷ୍ଟିଂ କାର୍ୟ୍ୟ ସମୟରେ ସେମାନଙ୍କ ଉପରେ ପଥର ପଡ଼ିଥିଲା । ଖଣିର କଡ଼ ଭୁଶୁଡ଼ି ପଡ଼ିବା ସମୟରେ ପ୍ରାୟ ୧୫-୨୦ ଜଣ ଶ୍ରମିକ ସେଠାରେ ଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା। ମୃତକମାନେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳ ଓ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଶ୍ରମିକ ବୋଲି ଜଣାପଡ଼ିଛି। ଦିଗପହଣ୍ଡି ଅଂଚଳ ଭୀଷ୍ମଗିରି ମଣ୍ଡଳ ନିକଟସ୍ଥ ଚଷା ନିମଖଣ୍ଡି – କୁରୁବୁଲି – ସିଂଧବା ଗ୍ରାମର ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡା ପଞ୍ଚାୟତ ଅଲେରା ଗାଁର ଦୁଇ ଜଣ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି କ୍ଷ ମୃତକ ଶ୍ରମିକ ଦୁଇଜଣ ଭାସ୍କର ବିଷୋୟୀ ଏବଂ ଟୁକୁନା ଦଳାଇ କ୍ଷ ସେମାନେ ଗତ ଏକ ମାସ ହେଲେ ସେହି ପଥର ଖାଦାନରେ କାମ କରୁଥିଲେ କ୍ଷ ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଳ ଅନ୍ୟ କିଛି ଶ୍ରମିକ ଆହତ ହୋଇଥିବା ଏବଂ ସେମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି।

ଗୁରୁତରମାନଙ୍କୁ ନରସରାଓପେଟାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ତଦାରଖ କରିଥିଲେ। ରାଜସ୍ୱ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ୟ୍ୟରେ ପୋଲିସକୁ ସହାୟତା କରୁଥିଲେ। ମୃତଦେହଗୁଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଗ୍ରାନାଇଟ୍ ଖଣିରେ ହୋଇଥିବା ଦୁର୍ଘଟଣାରେ ମର୍ମାହତ ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ୟ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ମଧ୍ୟ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି। ବାପତଲା ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଥିବା ବେଳେ ମୃତକଙ୍କ ମର ଶରୀର କିଭଳି ଗାଁକୁ ପହଂଚିବ ସେ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

  • Related Posts

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ଭୁବନେଶ୍ୱର: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ । ଏପରି ସୂଚନା ଦେଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ