ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ରାଜଧାନୀର ଗାନ୍ଧୀମାର୍ଗ କମ୍ପିବ। ଦାବି ହାସଲ ପାଇଁ ଆନ୍ଦୋଳନ କରିବେ ବହୁ ଶିକ୍ଷକ ସଂଗଠନ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ସୋମବାର ଡକାଯାଇଛି। ସେହିପରି ଅଗଷ୍ଟ ୧୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସହ କେତେକ ଶିକ୍ଷକ ସଂଗଠନର ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୧୬ରେ ୪୮୮ବର୍ଗ ସମନ୍ୱୟ ସମିତି ପକ୍ଷରୁ ଆନ୍ଦୋଳନ କରାଯିବ। ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ, ପଦୋନ୍ନତି ସହିତ ଚାକିରି ସର୍ଭାବଳୀ ଭଳି ଦାବି ପୂରଣ ଦିଗରେ ସରକାରଙ୍କ ନିରବତା ପ୍ରତିବାଦରେ ଏହି ଆନ୍ଦୋଳନ ହେବ। ସେହିପରି ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ୧୬ ତାରିଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାସହ ପେନସନ ଓ ଚାକିରି ସର୍ତ୍ତାବଳୀ ଦାବିରେ ୧୬ରେ ଆନ୍ଦୋଳନ କରିବ ୬୬୨ ବର୍ଗ କଲେଜ ସଂଘ। ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ବରରେ ବିଶାଳ ସମାବେଶ ହେବାର କାର୍ୟ୍ୟକ୍ରମ ରହିଛି। ଏହାବାଦ୍ ଆହୁରି କିଛି ଶିକ୍ଷକ ସଂଗଠନ ୧୬ ତାରିଖରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ସୋମବାର ବସିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଇସ୍ପାତ ଏବଂ ଖଣି ବିଭାଗର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ଦାବିଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ