ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଜିଲ୍ଲା ପାଇଁ ବଡ ଘୋଷଣା କରିଛନ୍ତି । ଜିଲ୍ଲାରେ ପ୍ରସ୍ତାବିତ ମେଗା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ଖୁବ୍ ଶୀଘ୍ର ଆରମ୍ଭ ହେବ । ଜିଲ୍ଲାର ସାମଗ୍ରିକ ବିକାଶ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିବା ସହ କେନ୍ଦୁଝର ସହରକୁ ଉନ୍ନତ ସହର ଯୋଜନା କରାଇବା ସହ ଟ୍ରାଫିକ ମୁକ୍ତ କରିବା ପାଇଁ ରିଙ୍ଗ୍ ରୋଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।ଜିଲ୍ଲାକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିଥିଲେ। ପ୍ରମୁଖ ପଦକ୍ଷେପଗୁଡ଼ିକ ସମାପ୍ତ ହେବା ପରେ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି ।
“କେନ୍ଦୁଝରରେ ଖୁବ୍‌ଶୀଘ୍ର ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ପ୍ରସ୍ତୁତି ଅଗ୍ରୀମ ପର୍ୟ୍ୟାୟରେ ଅଛି । ପ୍ରକ୍ରିୟା ଦୁଇ ପାଦ ଆଗକୁ ବଢ଼ିଛି ଏବଂ ସମ୍ପୃକ୍ତ କମ୍ପାନୀ ଆବଶ୍ୟକ ପାଣ୍ଠି ଜମା କରିଛି,” ବୋଲି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଚ୍ଛଜିଲ୍ଲାର ଆରାଧ୍ୟା ଦେବୀ ମାଁ ତାରିଣୀଙ୍କର ମନ୍ଦିରର ସୋନ୍ଦର୍ୟ୍ୟକରଣ କରିବା ପାଇଁ ୩୦୦କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହ ଜିଲ୍ଲାରେ ଅଧିକ ରୋଜଗାର ସୃଷ୍ଟି ପାଇଁ ବହୁ ପ୍ରତିକ୍ଷୀତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦ୍ଵିତୀୟ ସୋପାନରେ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ ସହ ଜିଲ୍ଲାରେ ଆହୁରି ସାତୋଟି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜିଲ୍ଲା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।”କେନ୍ଦୁଝରରେ ଖୁବ୍‌ଶୀଘ୍ର ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ପ୍ରସ୍ତୁତି ଅଗ୍ରୀମ ପର୍ୟ୍ୟାୟରେ ଅଛି । ପ୍ରକ୍ରିୟା ଦୁଇ ପାଦ ଆଗକୁ ବଢ଼ିଛି ଏବଂ ସମ୍ପୃକ୍ତ କମ୍ପାନୀ ଆବଶ୍ୟକ ପାଣ୍ଠି ଜମା କରିଛି,” ବୋଲି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ।ତାଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜମି ଅଧିଗ୍ରହଣ ଖୁବ୍‌ଶୀଘ୍ର ଆରମ୍ଭ ହେବ ଏବଂ ତା’ପରେ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । “କେଉଁଝର ଜିଲ୍ଲା ବହୁ ଦିନ ଧରି ଅବହେଳିତ ଥିଲା । ଭଗବାନ ଜଗନ୍ନାଥ, ଏବଂ ମା’ ତାରିଣୀ ଆମକୁ ଜିଲ୍ଲାକୁ ବିକାଶ ପଥରେ ଆଗକୁ ନେବା ପାଇଁ ଆଶୀର୍ବାଦ ଦେଇଛନ୍ତି । ଜିଲ୍ଲାର ବିକାଶ କାର୍ୟ୍ୟ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ବିଧାୟକମାନଙ୍କ ଉପସ୍ଥିତିରେ ଆଜି ବିକାଶ କାର୍ୟ୍ୟ ଏବଂ ଭିତ୍ତିଭୂମି ନିର୍ମାଣ ସହିତ ଶିଳ୍ପାୟନ ଉପରେ ଆଲୋଚନା କରାଯାଇଥିଲା,” ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ