ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ନାରୀକବି ସମ୍ମିଳନୀ

ଦେବଗଡ଼:ସ୍ଥାନୀୟ ସଂସ୍କୃତି ଭବନରେ ଆଜି ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ନାରୀକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସଂସଦର ସଭାପତି ଡ.ଭାରତ ଭୂଷଣ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟଅତିଥି, ଅଧ୍ୟାପିକା ଶତରୂପା ମିଶ୍ର ସାରସ୍ବତ ଆଲୋଚକ, ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷା ଡ.ତନ୍ମୟୀ ମହାନ୍ତି,ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ପଦ୍ମିନୀ ଦାଶମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଦେବଗଡର ତତକାଳୀନ ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ଡା.ବିଳାସିନୀ ଦ୍ବିବେଦୀ ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ।ଅଧ୍ୟାପକ ଚିତ୍ତରଂଜନ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଏହି ଅବସରରେ ସୁସ୍ମିତା ପଟେଲଙ୍କୁ କବିତା ମନୋରମା,ଲକ୍ଷ୍ମୀ ମହାପାତ୍ରଙ୍କୁ କବି ଆଶାକୁମାରୀ,ଇପସିତା ପ୍ରିୟଦର୍ଶିନୀ ପରିଡ଼ାଙ୍କୁ କବିତା ଭାରତୀ ସମ୍ମାନରେ ଅତିଥିମାନେ ସମ୍ମାନିତ କରିଥିଲେ। ଡ.ରାମଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହାପରେ କବୟିତ୍ରୀ ପଦ୍ମିନୀ ସାହୁ ଓ ପ୍ରଯୁକ୍ତିପ୍ରିୟଦର୍ଶିନୀ ସାହୁଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଂଜନ ନାୟକ,ହିମାଂଶୁ ଶେଖର ବିଶ୍ବାଳ,ସସ୍ମିତା ପ୍ରଧାନ ଓ ଖୁସୀ ସାହୁ ସହଯୋଗ କରିଥିଲେ।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading
    ବିଜେବି କଲେଜ ସଭାପତି ପ୍ରାର୍ଥୀଙ୍କୁ ମାଡ, ଥାନାରେ ଏତଲା

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଭିତରେ ପ୍ରାକ୍ ନିର୍ବାଚନୀ ହିଂସା ଆରମ୍ଭ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପିପିଲି ପଦା ପଡି଼ଆରେ ଭୋଜିଭାତ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ