ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଭାରତୀୟ ସେନାର ମାନହାନି କଲା ଭଳି ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ ଚାଲିଥିବା ମାମଲା ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଦେଇଛନ୍ତି, କିନ୍ତୁ ଏଭଳି ଟିପ୍ପଣୀ ଦେଇଥିବାରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରିଛନ୍ତି । । ୨୦୨୨ରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ କହିଥିଲେ, ଭାରତୀୟ ଯବାନଙ୍କୁ ଚୀନ ସୈନିକ ମାଡ଼ ମାରିଛନ୍ତି। ଭାରତର ୨୦୦୦ ବର୍ଗ କିଲୋମିଟର ଭୂମି ଚୀନ ଅକ୍ତିଆର କରିଛି । ଏଭଳି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ଅଦାଲତରେ ମାନହାନି ରୁଜୁ ହୋଇଥିଲା । ଏହା ବିରୋଧରେ ରାହୁଲଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଥିଲା । ସ୍ଥଗିତାଦେଶ ପାଇଁ ଆହ୍ଲାବାଦ ହାଇକୋର୍ଟ ମନା କରିଥିଲେ । ପରେ ରାହୁଲ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମାମଲା ଉପରେ ସ୍ଥଗିତାଦେଶ ଦେଇଥିଲେ ବି ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ‘ଜଣେ ପ୍ରକୃତ ଭାରତୀୟ କେବେ ଏପରି ମନ୍ତବ୍ୟ ଦେଇପାରିବ ନାହିଁ’। ‘ରାହୁଲଙ୍କ ପାଖରେ ସେପରି କିଛି ପ୍ରମାଣ ଅଛି କି?’ ‘ସେତେବେଳେ ଥିଲେ କେଉଁଠି?’ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ହିସାବରେ ରାହୁଲ ସଂସଦରେ ଏ ପ୍ରସଙ୍ଗ ଉଠାଇପାରିଥାନ୍ତେ। ‘ବାକ୍ ସ୍ବାଧୀନତା ଆଳରେ କେହି ମନଇଚ୍ଛା କିଛି କହିପାରିବେ ନାହିଁ’। ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ବି ତଳ କୋର୍ଟରେ ତାଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ଉପରେ ୩ ସପ୍ତାହ ପାଇଁ ସ୍ଥଗିତାଦେଶ ଦେଇଛନ୍ତି ।

  • Related Posts

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    କାହିଁକ ମନମୋହନଙ୍କୁ ବାଛିଲେ ମୋଦି

    ଭୁବନେଶ୍ବର: ବିଜେପିର ଲକି ସଭାପତି ହେଉଛନ୍ତି ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଦଳ ତିନି ତିନି ଥର କ୍ଷମତାକୁ ଆସିଛି । ୨୦୦୦, ୨୦୦୪ ଓ ୨୦୨୪ରେ ବିଜେପି ସରକାରକୁ ଆସିଥିବାବେଳେ ମନମୋହନ ହିଁ ସଭାପତି ଥିଲେ । ଗତ…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ