ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆରଏମ୍‍ଏଲ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସତ୍ୟପାଲ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଅପରାହ୍ନ ୧ଟା ୨୦ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟପାଲ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେ ୧୧ରେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସତ୍ୟପାଲ ମଲ୍ଲିକ ୨୩ଅଗଷ୍ଟ ୨୦୧୮ରୁ ୩୦ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ରହିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଆଜିର ଦିନ ୫ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ୧୯୪୬ମସିହା ଜୁଲାଇ ୨୪ରେ ସତ୍ୟପାଲ ମଲ୍ଲିକ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ଦଶମ ଏବଂ ଶେଷ ରାଜ୍ୟପାଳ ଥିଲେ । ଏହାସହିତ ସେ ଗୋଆ ଏବଂ ମେଘାଳୟର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସତ୍ୟପାଲ ୧୯୭୪-୭୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ । ୧୯୮୦-୮୬ ଏବଂ ୧୯୮୬-୮୯ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଓ ୧୯୮୯-୯୧ ପର୍ଯ୍ୟନ୍ତ ନବମ ଲୋକସଭାର ସଦସ୍ୟ ଥିଲେ । ଏହାସହିତ ସେ ବିହାରର ରାଜ୍ୟପାଳ ମଧ୍ୟ ହୋଇଥିଲେ । ୨୧ ମାର୍ଚ୍ଚ ୨୦୧୮ରୁ ମେ ୨୮ ୨୦୧୮ ପର୍ଯ୍ୟନ୍ତ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଅଗଷ୍ଟ ୨୦୧୮ରେ ତାଙ୍କୁ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା ।

  • Related Posts

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ନୂଆଦିଲ୍ଲୀ: ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମଇତ୍ର ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି । ଏହି ଭୋଜିରେ ଦଳମତ ନିର୍ବିଶେଷରେ ଅନେକ ନେତା/ନେତ୍ରୀ ଯୋଗ…

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ବୁଧବାର ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ…

    Leave a Reply

    Your email address will not be published. Required fields are marked *

    You Missed

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଥାନାରେ ଯୁବକଙ୍କୁ ମାଡ଼,  ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ