୧୧ଟି ସ୍ଥାନରେ ଇଡି ଚଢ଼ାଉ: ବିଲ୍ଡର ସଂସ୍ଥା ‘Z’ରେ ED ରେଡ୍

ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। ଇଡି ପକ୍ଷରୁ ୧୧ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ବିଲ୍ଡର ସଂସ୍ଥା ‘ଜେଡ୍’ ବେଆଇନ ବୈଦେଶିକ ମୁଦ୍ରା ବିନିମୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଇଡି ଏହି ସଂସ୍ଥା ଉପରେ ତୀକ୍ଷ୍ମ ନଜର ରଖିଥିଲା। ଗତକାଲି ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ‘ଜେଡ୍’ ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଓ ମୋଟା ଅଙ୍କର ଟଙ୍କା ଜବତ କରା଼ଯାଇଥିବା ସୂଚନା ମିଳିଛି।

ED ରେଡ୍‌ ସମ୍ପର୍କରେ ‘Z’ ଇଷ୍ଟେଟ୍‌ ମୁଖ୍ୟ ତପନ ମହାନ୍ତି କହିଛନ୍ତି, ଗତକାଲି ED ପକ୍ଷରୁ ରେଡ୍‌ କରାଯାଇ ନ ଥିଲା, ଖାଲି ସର୍ଚ୍ଚ କରାଯାଇଥିଲା। ୧୧ଟି ସ୍ଥାନରେ ଏହି ଯାଞ୍ଚ କରାଯାଇନଥିଲା, ୨ରୁ ୩ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା। ଫରେନ ଏକ୍ସଚେଞ୍ଜ ମ୍ୟାନେଞ୍ଜମେଣ୍ଟ ଆକ୍ଟ-ଫେମା ଅନୁସାରେ ଯେଉଁ ବିଦେଶୀପୁଞ୍ଜି ଆସିଛି ତାହାକୁ ନେଇ ସାଧାରଣ ଭାବେ ୨ରୁ ୩ଟି ସ୍ଥାନ ଭୁବନେଶ୍ୱ ଘର, ଅଫିସ ଓ ଦିଲ୍ଲୀର ଏକ ଅଫିସରେ ଯାଞ୍ଚ କରାଯାଇଥିଲା। ଆମେ ତାଙ୍କୁ ସହଯୋଗ କରିଛୁ। ଯାଞ୍ଚ ବେଳେ ମୋ ଘରୁ ନଗଦ ଟଙ୍କା, ଅଳଙ୍କାର ଓ ଆପତ୍ତିଜନକ ଡକ୍ୟୁମେଣ୍ଟ ED ଜବତ କରିନାହିଁ।

  • Related Posts

    ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ

    ଭୁବନେଶ୍ୱର/ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଆର ଆଣ୍ଡ ବି(ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ…

    Continue reading
    ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

    ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ