ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବାବେଳେ ଘଟଣା ଦିନ ପୁଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା’ ଦେଇଥିବା ବୟାନ ଶ୍ରୀ ସ୍ବାଇଁଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା।
୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳିମାଡ଼ କରାଯିବାବେଳେ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଭିଡିଓରେ ଉତ୍ତୋଳିତ ହୋଇଥିଲା। ଠିକ୍‌ ସେହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲ୍‌ରେ ଆଉ ଏକ ଦୃଶ୍ୟ ବି କଏଦ୍‌ ହୋଇଥିଲା। ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୁଲିସ କର୍ମଚାରୀ ଗୋପାଳର କଲର ଧରି ତାକୁ କାବୁ କରିଥିବାବେଳେ ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ତାକୁ ପ୍ରଦର୍ଶନ କରି ବୁଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ ବନ୍ଧୁକ ସଂପର୍କରେ ପୁଲିସ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରିନଥିଲା। କିନ୍ତୁ ପରେ ବିଜେଡି କର୍ମୀ ସରୋଜ ସା’ ନିଜେ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାଳେ ଗୁଳିମାଡ଼ କରିବେ ସେହି ଆଶଙ୍କାରେ ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ହେଲେ ବନ୍ଧୁକ ଛଡ଼ାଯିବା ଘଟଣାରେ ଶ୍ରୀ ସ୍ବାଇଁଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ବି ହୋଇନଥିଲା। ଦ୍ବିତୀୟରେ ଗୁଳିକାଣ୍ଡ ପରେ ଗୋପାଳ ଦାସକୁ ୨ ଜଣ କନେଷ୍ଟବଳ କାବୁ କରିଥିବା ଦୃଶ୍ୟ ଭିଡିଓରେ ଦେଖା ଯାଉଥିବାବେଳେ କିଭଳି ଗୋପାଳର ଗୁଳିରେ ଆଇଆଇସିଙ୍କ ଆଙ୍ଗୁଠି ଖଣ୍ଡିଆ ହେଲା ତାହା ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଯାଇଛି। ତୃତୀୟରେ ନବ ଦାସ ହତ୍ୟା ମାମଲାରେ ଏସ୍‌ଏଫ୍‌ଏସ୍‌ଏଲ୍‌ ରିପୋର୍ଟ ସାମନାକୁ ଆସିବା ପରେ ଦ୍ବିତୀୟ କାର୍‌ରେ ହୋଇଥିବା ଗୁଳିମାଡ଼ ଘଟଣା ଲୋକଲୋଚନକୁ ଆସିଥିଲା। କିନ୍ତୁ ତତ୍କାଳୀନ ବ୍ରଜରାଜନଗର ଥାନାଧିକାରୀ ଶ୍ରୀ ସ୍ବାଇଁ ସାଦାକାଗଜରେ ଦେଇଥିବା ଏଫ୍‌ଆଇଆର୍‌ରେ ଏ ସଂକ୍ରାନ୍ତରେ କୌଣସି ସୂଚନା ପ୍ରଦାନ କରିନଥିଲେ। ଚତୁର୍ଥରେ କୌଣସି ମାମଲାରେ ଅଭିଯୋଗକାରୀ ନ ଥିଲେ ବା ଏତଲା ଦେବା ଅବସ୍ଥାରେ ନଥିଲେ ପୁଲିସ ନିଜ ଆଡ଼ୁ ସାଦାକାଗଜରେ ଏଫ୍‌ଆଇଆର୍‌ କରିଥାଏ। ମାତ୍ର ଏହି ଘଟଣାରେ ନବ ଦାସଙ୍କ ପରିବାର ଲୋକ, ତାଙ୍କ ସହକର୍ମୀ ଉପସ୍ଥିତ ଥାଇ ମଧ୍ୟ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାହିଁକି ନିଜ ଆଡ଼ୁ ସାଦାକାଗଜରେ ଏଫ୍‌ଆଇଆର୍‌ କରିଥିଲେ ଓ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କଠାରୁ ବି ଏତଲା ନିଆଯାଇନଥିଲା ତାହାର ଉତ୍ତର ବି ଆଜିଯାଏଁ ରହସ୍ୟାବୃତ୍ତ ହୋଇରହିଛି।

  • Related Posts

    ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

    “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…

    Continue reading
    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ