କର୍ତ୍ତବ୍ୟ ଭବନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ କର୍ତ୍ତବ୍ୟ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର କାମକୁ ଅଧିକ ସହଜ ଓ ସରଳ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ସରକାର କରିଥିବା ଯୋଜନାର ଅଂଶବିଶେଷ ହେଉଛି କର୍ତ୍ତବ୍ୟ ଭବନ।

ବିଶାଳ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଉଥିବା ୧୦ଟି ସାମୂହିକ କେନ୍ଦ୍ରୀୟ ସେକ୍ରେଟେରିଏଟ(ସିସିଏସ) ବିଲଡିଂ ମଧ୍ୟରୁ ଗୋଟିଏ ହେଉଛି କର୍ତ୍ତବ୍ୟ ଭବନ-୩। ଏହାକୁ ଆଜି ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଛନ୍ତି।ଏହି ବିରାଟ ବିଲଡିଂରେ ଅତ୍ୟାଧୁନିକ ଓ ଚକାଚକ କନ‍ଫରେନ୍ସ ରୁମ, ଅତ୍ୟାଧୁନିକ ଜିନିଷ ପତ୍ର ଓ ଚାରିଆଡ଼େ ସିସିଟିଭି ରହିଛି। ଏହି ବିଲଡିଂ ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର, ଗ୍ରାମୀଣ ବିକାଶ, ଏମଏସ୍‌ଏମଇ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନୂଆ ଘର ପାଲଟିଛି। ପ୍ରମୁଖ ବିଜ୍ଞାନ ଭିତ୍ତିକ ପରାମର୍ଶଦାତା(ପିଏସଏ)ଙ୍କ ଅଫିସ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ବିଲଡିଂରେ ରହିଛି।ପରିବେଶକୁ ସୁହାଇଲା ଭଳି ବ୍ୟବସ୍ଥା କର୍ତ୍ତବ୍ୟ ଭବନରେ ହୋଇଛି। ଏଠାରେ ଡବଲ ଗ୍ଲାଜେଡ ଝରକା ଠାରୁ ଆରମ୍ଭ କରି ଛାତ ଉପରେ ସୋଲାର ପ୍ୟାନେଲ, ଅତ୍ୟାଧୁନିକ ହିଟିଂ, ଭେଣ୍ଟିଲେସନ, କୁଲିଂ ସିଷ୍ଟମ ଓ ବର୍ଷା ଜଳ ଅମଳ ପାଇଁ ବ୍ୟବସ୍ଥା କରାଯାଇଛି। ବିଲଡିଂରେ ଲାଗିଥିବା ସ୍ୱତନ୍ତ୍ର ଏଲଇଡି ଲାଇଟ ୩୦% ବିଜୁଳି ସଂରକ୍ଷଣରେ ସହାୟତା କରିବ। ସାମୂହିକ କେନ୍ଦ୍ରୀୟ ସେକ୍ରେଟେରିଏଟ ଯୋଜନା ମୋଦି ସରାକାର ଦାୟିତ୍ୱ ନେବା ପରେ ଆରମ୍ଭ କରିଥିଲେ। ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ ୧୯୫୦ ଓ ୧୯୭୦ରେ ତିଆରି ହୋଇଥିବା ବିଲଡିଂ ଯଥା- ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଓ ନିର୍ମାଣ ଭବନରେ କାର୍ୟ୍ୟ କରୁଛନ୍ତି। ସେଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି। ତେବେ ବାଣିଜ୍ୟ ଭବନରେ ପୂର୍ବଭଳି ଶିଳ୍ପ ମନ୍ତ୍ରଣାଳୟ କାର୍ୟ୍ୟ କରିବେ। ଏହାକୁ ନୂଆ ବିଲଡିଂକୁ ଅଣାଯିବ ନାହିଁ। ଆଗାମୀ ଦିନରେ ଗୋଟିଏ ନୂଆ ପ୍ରଧାନମନ୍ତ୍ରୀ ଅଫିସ ଉଦଘାଟନ କରାଯିବ। ଏହା ନିର୍ବାହୀ ଏନକ୍ଲେଭ ଭାବେ ନାମିତ ହେବ। ସେହିପରି ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ମଧ୍ୟ ପୂରା ଦେଶ ଦେଖିବ।

  • Related Posts

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଭୁବନେଶ୍ବର : ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ହେବ । ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଆବଶ୍ୟକ ପଡିବ । ଏଥିରେ…

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ନୂଆଦିଲ୍ଲୀ: ବିଜୁଳି ଜାଳିବା ହେବ ମହଙ୍ଗା। ଉପଭୋକ୍ତାଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଦର ବଢ଼ିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ