ବିଜୟ ଦିଗରେ ଆଗକୁ ବଢ଼ୁଛି ହେମନ୍ତଙ୍କ ଜେଏମଏମ ମେଣ୍ଟ

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏକୁ ଶକ୍ତ ଝଟକା ଲାଗିଥିଲା। ଗିରଫ ଯୋଗୁ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଲାଗୁଥିଲା ହେମନ୍ତ ସୋରେନଙ୍କ ରାଜନୀତିକ କ୍ୟାରିୟର ଦି ଏଣ୍ଡ ହୋଇଯାଇଛି।

ହେଲେ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ ଜେଏମଏମ ମେଣ୍ଟ ବଡ଼ ବିଜୟ ହାସଲ କରିବା ଦିଗରେ ଆଗକୁ ବଢ଼ୁଛି। ହେମନ୍ତ ସୋରେନ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ପୁଣି ସରକାର ଗଠନ କରିବାକୁ ଯାଉଛନ୍ତି। ମଧ୍ୟାହ୍ନ ସୁଦ୍ଧା ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୮୧ ବିଧାନସଭା ଆସନରୁ ୫୦ଟିରେ ଅଗ୍ରଣୀ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୦ଟି ଆସନ ଆଗରେ ରହିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୧। ତେଣୁ ଇଣ୍ଡିଆ ମେଣ୍ଟ ଏଠାରେ ବିଜୟୀ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ହେମନ୍ତ ସୋରେନ ଏକଜିଟ ପୋଲ ଫଳାଫଳକୁ ଭୁଲ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଦିବାସୀ ବହୁଳ ଝାରଖଣ୍ଡରେ ସରକାର ଗଠନ କରିବାକୁ ଯାଉଛନ୍ତି। ହେମନ୍ତ ସୋରେନ ଓ ଇଣ୍ଡିଆ ମେଣ୍ଟକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲେ ହେଁ ଫେଲ ମାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରଖଣ୍ଡରେ ଘନଘନ ପ୍ରଚାର କରିଥିଲେ। ବିଜେପିର ହେଭିୱେଟମାନେ ବାଂଲାଦେଶରୁ ହେଉଥିବା ତଥାକଥିତ ବେଆଇନ ଅନୁପ୍ରବେଶ ଓ ଜମି ଜିହାଦ କଥା ଉଠାଇ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିଥିଲେ।

ଅନୁପ୍ରବେଶକାରୀମାନେ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ନେଇ ଯାଉଥିବା ଅଭିଯୋଗ କରି ବିଜେପି ମାଟି, ବେଟି ଓ ରୁଟି ନାଁରେ ପ୍ରଚାର କରିଥିଲା। ହେଲେ ଝାରଖଣ୍ଡରେ ବିଜେପିର ସବୁ ଯୋଜନା ମାତ ଖାଇଯାଇଛି। ବିଜେପି ଅନୁପ୍ରବେଶ ଓ ଜିହାଦ କଥା କହୁଥିବା ବେଳେ ଜେଏମମ ନିଜର ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଧାର କରିଥିଲା। ବିଶେଷ କରି ମୁଖ୍ୟମନ୍ତ୍ରୀ ମଇୟା ସମ୍ମାନ ଯୋଜନା ଓ ଆଦିବାସୀ ଅସ୍ମିତାର ନାରା ଦେଇ ଲୋକଙ୍କ ନିକଟବର୍ତ୍ତୀ ହୋଇଥିଲା। ମୁଖ୍ୟମନ୍ତ୍ରୀ ମଇୟା ଯୋଜନାରେ ଯୋଗ୍ୟ ବିବେଚିତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ମଧ୍ୟ ସୋରେନ ସରକାର ଦେଇଥିଲେ। ଏବେ ଜେଏମଏମ ଓ ଇଣ୍ଡିଆ ମେଣ୍ଟର ବଡ଼ ବିଜୟ ପଛରେ ମହିଳାଙ୍କ ବଡ଼ ଭାଗିଦାରୀ ରହିଛି। ୮୧ଟି ବିଧାନସଭା ଆସନ ମଧ୍ୟରୁ ୬୮ଟି ଆସନରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ମଧ୍ୟ ରହିଛି। ଏହି ବିଧାନସଭା ନିର୍ବାଚନ ହେମନ୍ତ ସୋରେନଙ୍କ ପାଇଁ ଆଦୌ ସହଜ ନଥିଲା। ସରକାରୀ ବିରୋଧୀ ହାୱା, ଗିରଫଦାରୀ ଓ ଘନିଷ୍ଠ ସହଯୋଗୀମାନେ ମଧ୍ୟ ଜେଏମଏମର ହାତ ଛାଡ଼ି ଦେଇଥିଲେ। ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ, ସହଯୋଗୀ ଚମ୍ପାଇ ସୋରେନଙ୍କ ଭଳି ହେଭିୱେଟ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ତଥାପି ହେମନ୍ତ ସୋରେନ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ଝାରଖଣ୍ଡରେ ବିଜୟୀ ହେବାକୁ ଯାଉଛନ୍ତି।

Related Posts

ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

Continue reading
ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ