ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତୀୟ ଦଳର ଘୋଷଣା ଚଳିତମାସ ୩ୟ ସପ୍ତାହରେ ହେବ। ଏହି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଶୁଭମନ ଗିଲ୍, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କ ପରି ଯୁବ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ଭାରତୀୟ ଦଳର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଏକ ବର୍ଷରୁ ଅଧିକ ସମୟ ହେଲା ଯଶସ୍ବୀ ଓ ଗିଲ୍ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ଖେଳିନାହାନ୍ତି। ଗତବର୍ଷ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଦୁହେଁ ଭାରତ ପାଇଁ ସେମାନଙ୍କ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିଲେ। ଏସିଆ କପ୍ ସେପ୍ଟେମ୍ବର ୮ରୁ ୟୁଏଇର ଦୁଇ ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଏହାର ଖେଳସୂଚୀ ଘୋଷଣା ହୋଇସାରିଛି।
ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ ଉଭୟ ଶୁଭମନ ଗିଲ୍, ଯଶସ୍ବୀ ଜୟସୱାଲ ମାସାଧିକ ସମୟ ବିଶ୍ରାମ ପାଇଥିବାରୁ ଉଭୟଙ୍କୁ ଏସିଆ କପ୍ ଦଳରେ ସ୍ଥାନ ଦେବାକୁ ମନୋନୟନ କମିଟି ନିଷ୍ପତ୍ତି ନେଇଛି ବୋଲି ଉକ୍ତ ସୂତ୍ରରୁ ପ୍ରକାଶ। ଏସିଆ କପ୍ର ଫାଇନାଲ ମ୍ୟାଚ୍ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହାର ୪ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷେର ଭାରତ ଘରୋଇ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହାର ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ ଅହମ୍ମଦାବାଦରେ ଆରମ୍ଭ ହେବ। ତେଣୁ ଭାରତୀୟ ଟେଷ୍ଟ ଦଳର ବିଶେଷଜ୍ଞଙ୍କୁ ଏସିଆ କପ୍ରେ ଖେଳାଯିବ କି ନାହିଁ; ତାହାକୁ ନେଇ ଅଜିତ ଆଗରକର ନେତୃତ୍ବାଧୀନ ମନୋନୟନ କମିଟି ବିଚାର କରୁଛି। ତେବେ ଏସିଆ କପ୍ରେ ଶୁଭମନ ଗିଲ୍, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିବା ନିଶ୍ଚିତ ବୋଲି ଜଣାପଡ଼ିଛି।
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…








