ଝିଆରୀକୁ ଗର୍ଭବତୀ କଲା ପିଉସା

କାଳିପଦା : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି ସମ୍ପର୍କୀୟ ପିଉସା ।ଗୁରୁବାର ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପୀଡିତାଙ୍କ ପରିବାର ଲୋକେ। ଏହି ଘଟଣା ବିଜୁଳି ବେଗରେ ବ୍ୟାପିବା ପରେ ଖବର ପାଇ ବହୁ ଲୋକ ସେଠାରେ ପହଞ୍ଚିଥିଲେ । ଖବର ପାଇ ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଛି ।
ସୂଚନା ଅନୁଯାୟୀ ଭାନୁପୁର ଗ୍ରାମର ଅନ୍ତର୍ୟ୍ୟାମୀ ହଟାଇଙ୍କ ନାବାଳିକା ଝିଅ ମାଙ୍କଡ଼ ଘଉଡ଼ାଇବା ପାଇଁ ପରିବା ବାଡ଼ିକୁ ଯାଉଥିବା ସମୟରେ ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ(୬୦) ବାରମ୍ବାର ବାଧ୍ୟ କରି ଶାରିରୀକ ସମ୍ପର୍କ ରଖିଥିଲା। ଏକଥା କାହା ଆଗରେ କହିଲେ ତୋର ବାପା, ମା କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲା । ତେବେ ଝିଅ ଠାରେ ଗର୍ଭଧାରଣ ଲକ୍ଷଣ ଗୁଡ଼ିକ ଦେଖାଦେବାରୁ ପରିବାର ଲୋକେ ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା। ଅଭିଯୁକ୍ତକୁ କୋଠର ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ କହିଛନ୍ତି । ଶୁକ୍ରବାର ନାବାଳିକା ଝିଅର ଡ଼ାକ୍ତରୀ ମାଇନା କରାଯାଇ ଅଭିଯୁକ୍ତ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂଲା ପୋଲିସ କହିଛି ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ