୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ

ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ କରିବା ସହ ଶକ୍ତିଶ୍ରୀ ସାଥୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କେନ୍ଦ୍ର ମାଧ୍ୟମରେ ଛାତ୍ର ଓ ମହିଳା କର୍ମଚାରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସୁରକ୍ଷିତ ପରିବେଶକୁ ପ୍ରାଧାନ୍ୟ ଦିଆଯିବ। ଲିଙ୍ଗଗତ ସମାନତା ବିଷୟରେ ସଚେତନତା କରିବ ଶକ୍ତିଶ୍ରୀ କେନ୍ଦ୍ର। ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଛାତ୍ରୀଙ୍କୁ ୬ ଦିନିଆ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ। ଛାତ୍ରୀଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପ୍ରଚେଷ୍ଟା କରିବ ଏହି କେନ୍ଦ୍ର। କେନ୍ଦ୍ରର ସଂଯୋଜିକା ଭାବେ ଜଣେ ଅଧ୍ୟାପିକା ରହିବେ। ଏହାବ୍ୟତୀତ ‘ଶକ୍ତିଶ୍ରୀ ସାଥୀ’ ନିୟୋଜିତ ହେବେ, ଯେଉଁମାନେ କି ସଂଯୋଜିକାଙ୍କ ସହ ସମନ୍ବୟ ରକ୍ଷା କରି ମାସିକ କ୍ୟାଲେଣ୍ଡର ମୁତାବକ ଅଧିବେଶନ ଆୟୋଜନ କରିବେ। ୟୁଜି ଓ ପିଜି ଶେଷ ବର୍ଷର ପ୍ରତି ଶ୍ରେଣୀର ଜଣେ ଲେଖାଏଁ ଛାତ୍ରୀ ଶ୍ରେଣୀ ପ୍ରତିନିଧି ଭାବେ କାମ କରିବେ। ଶକ୍ତିଶ୍ରୀ ସାଥୀ ମନୋନୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ବେଚ୍ଛାସେବୀ, ନେତୃତ୍ବ ନେବାର ଦକ୍ଷତା, କମ୍ୟୁନିକେସନ ସ୍କିଲ, ଦାୟିତ୍ବ, ଉତ୍ତରଦାୟୀ, ସମସ୍ୟାର ସମାଧାନ କରିବାର କ୍ଷମତା ଥିବା ବ୍ୟକ୍ତି ଶକ୍ତିଶ୍ରୀ ସାଥୀ ହେବେ। ଅଗଷ୍ଟ ୧୪ ସୁଦ୍ଧା କ୍ଲାସ ରିପ୍ରେଜେଣ୍ଟେଟିଭ (ଶ୍ରେଣୀ ପ୍ରତିନିଧି) ମନୋନୟନ ପ୍ରକ୍ରିୟା ସାରିବାକୁ କୁହାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସାଥୀ ନିଯୁକ୍ତ ହେବେ। ସେହିପରି ଏବଂ ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଧାର୍ଯ୍ୟ ହୋଇଛି। କେନ୍ଦ୍ର, ସଂଯୋଜିକା, ସାଥୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଉଚ୍ଚଶିକ୍ଷା ବିଭାଗକୁ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା