୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ

ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ କରିବା ସହ ଶକ୍ତିଶ୍ରୀ ସାଥୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କେନ୍ଦ୍ର ମାଧ୍ୟମରେ ଛାତ୍ର ଓ ମହିଳା କର୍ମଚାରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସୁରକ୍ଷିତ ପରିବେଶକୁ ପ୍ରାଧାନ୍ୟ ଦିଆଯିବ। ଲିଙ୍ଗଗତ ସମାନତା ବିଷୟରେ ସଚେତନତା କରିବ ଶକ୍ତିଶ୍ରୀ କେନ୍ଦ୍ର। ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଛାତ୍ରୀଙ୍କୁ ୬ ଦିନିଆ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ। ଛାତ୍ରୀଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପ୍ରଚେଷ୍ଟା କରିବ ଏହି କେନ୍ଦ୍ର। କେନ୍ଦ୍ରର ସଂଯୋଜିକା ଭାବେ ଜଣେ ଅଧ୍ୟାପିକା ରହିବେ। ଏହାବ୍ୟତୀତ ‘ଶକ୍ତିଶ୍ରୀ ସାଥୀ’ ନିୟୋଜିତ ହେବେ, ଯେଉଁମାନେ କି ସଂଯୋଜିକାଙ୍କ ସହ ସମନ୍ବୟ ରକ୍ଷା କରି ମାସିକ କ୍ୟାଲେଣ୍ଡର ମୁତାବକ ଅଧିବେଶନ ଆୟୋଜନ କରିବେ। ୟୁଜି ଓ ପିଜି ଶେଷ ବର୍ଷର ପ୍ରତି ଶ୍ରେଣୀର ଜଣେ ଲେଖାଏଁ ଛାତ୍ରୀ ଶ୍ରେଣୀ ପ୍ରତିନିଧି ଭାବେ କାମ କରିବେ। ଶକ୍ତିଶ୍ରୀ ସାଥୀ ମନୋନୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ବେଚ୍ଛାସେବୀ, ନେତୃତ୍ବ ନେବାର ଦକ୍ଷତା, କମ୍ୟୁନିକେସନ ସ୍କିଲ, ଦାୟିତ୍ବ, ଉତ୍ତରଦାୟୀ, ସମସ୍ୟାର ସମାଧାନ କରିବାର କ୍ଷମତା ଥିବା ବ୍ୟକ୍ତି ଶକ୍ତିଶ୍ରୀ ସାଥୀ ହେବେ। ଅଗଷ୍ଟ ୧୪ ସୁଦ୍ଧା କ୍ଲାସ ରିପ୍ରେଜେଣ୍ଟେଟିଭ (ଶ୍ରେଣୀ ପ୍ରତିନିଧି) ମନୋନୟନ ପ୍ରକ୍ରିୟା ସାରିବାକୁ କୁହାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସାଥୀ ନିଯୁକ୍ତ ହେବେ। ସେହିପରି ଏବଂ ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଧାର୍ଯ୍ୟ ହୋଇଛି। କେନ୍ଦ୍ର, ସଂଯୋଜିକା, ସାଥୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଉଚ୍ଚଶିକ୍ଷା ବିଭାଗକୁ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ