ତ୍ରିରଙ୍ଗା ଶୋଭାଯାତ୍ରା ସାମିଲ ହେଲେ ଧର୍ମେନ୍ଦ୍ର

ବ୍ରହ୍ମପୁର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆଜି ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି । ଶନିବାର ସକାଳେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ସେଠାରୁ କେନ୍ଦ୍ରମନ୍ତ୍ରୀ ରାମଲିଙ୍ଗେଶ୍ୱର ପାର୍କ ଅଭିମୁଖେ ଯାଇଥିଲେ। ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ପାର୍କ ସମ୍ମୁଖରୁ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଟାଉନ ହଲ ପର୍ୟ୍ୟନ୍ତ ଯାଇଥିଲେ। ସେଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଏହାପରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ୟ୍ୟନଗର ବିଧାୟକ ପ୍ରତାପ ନାୟକ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ଯୁବ ବିଜେପି ସଭାପତି ଶିବ ନାୟକ ତିରଙ୍ଗା ରାଲିରେ ସାମିଲ ହୋଇଥିଲେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଭିମୁଖେ ପ୍ରସ୍ଥାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦିନ ୧୧ଟାରେ ବିଶ୍ଵବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଦିବସରେ ଯୋଗଦେବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ଏହା ପରେ ଦିନ ୧ଟାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବାହାରି ଆଇଜର୍ (ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ) ଯିବେ। ଆଇଜର୍ ସମାବର୍ତ୍ତନ ଅପରାହ୍ନ ୩ଟାରେ ଆଇଜର ଉତ୍ସବରେ ଯୋଗଦେବେ ଅପରାହ୍ନ ୫ଟାରେ ଆଇଜର୍ ସେଣ୍ଟ୍ରାଲ୍ ଆନାଲିଟିକାଲ୍ ଫେସିଲିଟି, ବଏଜ୍ ହଷ୍ଟେଲ ଷ୍ଟାଫ୍ ଉଦ୍‌ଘାଟନ କରିବେ । ସନ୍ଧ୍ୟା ୬ଟା୩୦ରେ ଆଇଜର ସମୀକ୍ଷା ବୈଠକରେ ଯୋଗଦେଇ ଗୋପାଳପୁର ଫେରିବାର କାର୍ୟ୍ୟକ୍ରମ ରହିଛି ।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି