ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶନିବାର ଦାବି କରିଛନ୍ତି ” ଭାରତୀୟ ସଶସ୍ତ୍ର ବାହିନୀ ସାମ୍ପ୍ରତିକ ସଂଘର୍ଷ ସମୟରେ ସେମାନଙ୍କ ସେନାର କୌଣସି ବିମାନକୁ ଟାର୍ଗେଟ କିମ୍ବା ନଷ୍ଟ କରିପାରି ନାହାଁନ୍ତି। ସଂଘର୍ଷର ୩ ମାସ ପରେ ଭାରତ ପକ୍ଷରୁ ଏପରି କୁହାଯାଉଛି, କିନ୍ତୁ ସେତେବେଳେ ହିଁ ପାକିସ୍ତାନ ଏ ନେଇ ଉପଯୁକ୍ତ ତଥ୍ୟ ସହ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିଥିଲା । ଏଣୁ ଭାରତର ଏହି ଦାବି ଅବିଶ୍ବସନୀୟ ।”

ସିଂହ କହିଥିଲେ ଯେ ଆମେ ଅତି କମରେ ପାଞ୍ଚଟି ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିବା ସୂଚନା ନିଶ୍ଚିତ କରିଛୁ, ଯେଉଁଥିରେ ଏକ ବଡ଼ ବିମାନ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଏକ ବିମାନ କିମ୍ବା ଏକ ଏଡବ୍ଲୁସି (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) ହୋଇପାରେ, ଯାହାକୁ ପ୍ରାୟ ୩୦୦ କିଲୋମିଟର ଦୂରରୁ ଟାର୍ଗେଟ କରାଯାଇଥିଲା।’

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ