ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

ଭୁବନେଶ୍ୱର, ୧୨/୦୮: ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା (ଏମ୍‌ଏସଡିଇ)ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି କର୍ମଶାଳାରେ ହବ୍‌-ଏଣ୍ଡ-ସ୍ପୋକ୍‌ ମଡେଲ୍‌ ମାଧ୍ୟମରେ ୧୦୦୦ ଆଇଟିଆଇକୁ ଅପଗ୍ରେଡେସନ କରିବା ତଥା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା ।
ଶିଳ୍ପ ଅଂଶଗ୍ରହଣ ହେଉଛି ଯୋଜନାର ମୂଳଦୁଆ, ଯାହା ଦକ୍ଷତାକୁ ଆକାଂକ୍ଷୀ, ଶିଳ୍ପ-ସମନ୍ୱିତ ଏବଂ ଫଳାଫଳ ସମର୍ଥ କରିପାରବ ବୋଲି ଏମ୍‌ଏସଡିଇର ସଚିବ ଶ୍ରୀ ରଜିତ ପୁନ୍‌ହାନି ଗୁରୁତ୍ୱାରୋପ କରିଥିଲେ । ଏମ୍‌ଏସଡିଇର ଅତିରିକ୍ତ ସଚିବ ଶ୍ରୀମତୀ ସୋନାଲ ମିଶ୍ର ଯୋଜନାର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ ଏବଂ ମହତ୍ୱାକାଂକ୍ଷୀ କ୍ଷେତ୍ରଗୁଡ଼ିକର ଚାହିଦା ପୂରଣ କରିବା ପାଇଁ ଦୃଢ଼ ସରକାରୀ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଆହ୍ୱାନ କରିଥିଲେ । ଓଡ଼ିଶାର ପ୍ରସ୍ତୁତି ଉପରେ ଆଲୋକପାତ କରି, ଦକ୍ଷତା ବିକାଶ ତଥା ନିୟୋଜନର ନିର୍ଦ୍ଦେଶକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା ଆଇଟିଆଇଗୁଡ଼ିକୁ ଆଧୁନିକୀକରଣ, ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱି୍‌ିତ କରିବା ଏବଂ ହବ୍‌ ଏବଂ ସ୍ପୋକ୍‌ ମଡେଲରେ ଶିଳ୍ପ ସହଭାଗୀତାକୁ ବିସ୍ତାର କରିବା ପାଇଁ ରାଜ୍ୟର ରୋଡମ୍ୟାପ୍‌ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ସମେତ ଓଡ଼ିଶା ସରକାରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାରେ ଅଗ୍ରଣୀ କର୍ପୋରେଟ୍‌, ସାଧାରଣ ଉଦ୍ୟୋଗ ଏବଂ ତାଲିମ ପ୍ରତିଷ୍ଠାନ, ଆଇଟିଆଇଗୁଡ଼ିକର ପ୍ରିନ୍ସିପାଲ ଏବଂ ଅଧ୍ୟାପକ, ଜିଲ୍ଲା ଦକ୍ଷତା ବିକାଶ-ସହ-ନିଯୁକ୍ତ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଭିତ୍ତିଭୂମି ଆଧୁନିକୀକରଣ, ଆଇଟିଆଇଗୁଡ଼ିକୁ ଶିଳ୍ପ-ଉପଯୋଗ ହେବା ପାଇଁ ଶିଳ୍ପଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ ଉପରେ ଆଲୋଚନା କରାଯାଇଥିଲା ।

  • Related Posts

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…

    Continue reading
    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ