୨୩ରୁ ବେଙ୍ଗାଲୁରୁ ଓ ଝାରସୁଗୁଡ଼ା ମଧ୍ୟରେ ଦ୍ୱିତୀୟ ବିମାନ ଚଳାଚଳ

ଝାରସୁଗୁଡ଼ା: ବେଙ୍ଗାଲୁରୁ ଓ ଝାରସୁଗୁଡ଼ା ମଧ୍ୟରେ ଆସନ୍ତା ୨୩ ତାରିଖ ଠାରୁ ଦ୍ୱିତୀୟ ବିମାନ ଚଳାଚଳ କରିବ । ଷ୍ଟାର୍‌ ଏୟାର ପକ୍ଷରୁ ପ୍ରକାଶିତ ସମୟ ସାରଣୀରେ ଏନେଇ ସୂଚନା ମିଳିଛି । ବେଙ୍ଗାଲୁରୁ-ଝାରସୁଗୁଡ଼ା ସେକ୍ଟରରେ ପୂର୍ବରୁ ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଜାରି ରହିଥିବା ବେଳେ ଏବେ ଷ୍ଟାର୍‌ ଏୟାର ଏହି ସେକ୍ଟରରେ ବିମାନ ଚଳାଚଳ ଲାଗି ନେଇଥିବା ପଦକ୍ଷେପ ଯାତ୍ରୀ ମହଲରେ ଖୁସି ସଞ୍ଚାର କରିଛି । ଘୋଷିତ ନୂତନ ସମୟ ସାରଣୀ ଅନୁଯାୟୀ ଚଳିତ ମାସ ୨୩ ତାରିଖ ଦିନ ଷ୍ଟାର୍‌ ଏୟାରର ବିମାନ ବେଙ୍ଗାଲୁରୁ ବିମାନବନ୍ଦରରୁ ଅପରାହ୍ନ ୩ ଟା ୩୫ ମିନିଟରେ ଉଡ଼ାନ ଭରିବ । ଯାହାକି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅପରାହ୍ନ ୫ଟା ୪୫ ମିନିଟରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ରାତ୍ରୀ ୮ଟା ୪୦ ମିନିଟରେ ବିମାନ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବା ସହ ଲକ୍ଷ୍ୟ ସ୍ଥଳରେ ୧୦ଟା ୫୦ ମିନିଟରେ ପହଞ୍ଚିବ । ସପ୍ତାହର ଗୁରୁବାର ଏବଂ ଶନିବାର ଦିନ ଏହି ବିମାନ ଚଳାଚଳ କରିବ । ୨୩ ଅଗଷ୍ଟରୁ ୨୫ ଅକ୍ଟୋବର ଯାଏ ଏହି ସମୟରେ ବିମାନ ଚଳାଚଳ କରିବ ।

ସେହିପରି ଆସନ୍ତା ୧୬ ତାରିଖ ଠାରୁ ଭୁବନେଶ୍ୱର-ଝାରସୁଗୁଡ଼ା ସେକ୍ଟରରେ ବିମାନ ସେବା ଆରମ୍ଭ କରିବ ଷ୍ଟାର୍‌ ଏୟାର । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ରାତ୍ରୀ ୭ଟା ୨୦ ମିନିଟରେ ବିମାନ ଉଡ଼ିବା ସହ ଭୁବନେଶ୍ୱରରେ ରାତ୍ରୀ ୮ଟା ୦୫ ମିନିଟରେ ପହଞ୍ଚିବ । ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ରାତ୍ରୀ ୮ଟା ୩୦ ମିନିଟରେ ବିମାନ ଉଡ଼ିବା ସହ ଝାରସୁଗୁଡ଼ାରେ ୯ଟା ୧୫ ମିନିଟରେ ପହଞ୍ଚିବ । ଷ୍ଟାର୍‌ ଏୟାର ପକ୍ଷରୁ ଝାରସୁଗୁଡ଼ା ଦେଇ ହାଇଦ୍ରାବାଦ, ଲକ୍ଷ୍ନୌ, ରାୟପୁରକୁ ବିମାନ ଚଳାଚଳ ପୂର୍ବରୁ ଜାରି ରହିଥିବା ବେଳେ ନୂତନ ସମୟ ସାରଣୀ ଘୋଷଣା କରାଯାଇଛି ଯାହାକି ୨୩ ଅଗଷ୍ଟରୁ ୨୫ ଅକ୍ଟୋବର ଯାଏ କାର୍ୟ୍ୟକାରୀ ହେବ ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ