
କଟକ ଜିଲ୍ଲା ନିଆଳି ଥାନା ଏକବେରୁଆଁ ଗାଁରେ ସର୍ପାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଷ ପିଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ସ୍ୱାଇଁ। ସେ ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସେ ସଙ୍ଗେ ସଙ୍ଗେ ଘରକୁ ଫେରି ଆସି ସାପ କାମୁଡ଼ିଥିବା କଥା କହିଥିଲେ। ତାଙ୍କୁ ନିକଟସ୍ଥ ଜଗତସିଂହପୁର ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପତ୍ନୀ ଲତା ସ୍ୱାଇଁ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘରେ ତାଙ୍କର ଏକମାତ୍ର ଦିବ୍ୟାଙ୍ଗ ପୁଅ ଥିବା ଜଣାପଡ଼ିଛି।




