ଆତ୍ମନିର୍ଭର ଭାରତ ପାଇଁ ଇନୋଭେସନକୁ ଆଗେଇ ନେବା ଆବଶ୍ୟକ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡ଼ି ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ୩୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରିଛନ୍ତି । ଆଲୋଚନା ସମୟରେ ଶ୍ରୀ ପ୍ରଧାନ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣରେ ଦେଇଥିବା ଦୃଷ୍ଟିକୋଣ ସହିତ ସ୍ୱାବଲମ୍ବୀ ଗୁରୁତ୍ୱ ଉପରେ କହିଥିଲେ। ଦେଶକୁ ଆତ୍ମନିର୍ଭର କରିବା ଦିଗଗୁଡ଼ିକ ଉପରେ ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଜାତୀୟ ପ୍ରାଥମିକତାକୁ ଗୁରୁତ୍ୱ ଦେବା ଦିଗରେ ସାମୂହିକ ଉଦ୍ୟମ କରିବା ତଥା ୨୦୪୭ ସୁଦ୍ଧା ‘ସମୃଦ୍ଧ ଭାରତ’ର କଳ୍ପନାକୁ ପୂରଣ କରିବା ଉପରେ ମତପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ । ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା, ଗବେଷଣାର କ୍ଷେତ୍ର ଉପରେ ପଚାରି ବୁଝିଥିଲେ । ଏହା ସହିତ ଦକ୍ଷତା ବୃଦ୍ଧି ଏବଂ ନବସୃଜନର ସ୍ପିରିଟକୁ ଆଗକୁ ବଢାଇବା ଦିଗରେ ଶ୍ରୀ ପ୍ରଧାନ ନିଜର ମତପ୍ରକାଶ କରିଥିଲେ । ସେ କହିଥିଲେ ଆମର ଆଇଆଇଟି ଗୁଡ଼ିକ ଆତ୍ମନିର୍ଭର ଭାରତର ମୂଳଦୁଆ ହେବ । ଆମର ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଭାରତକୁ ସମାଧାନର ଏକ ବିଶ୍ୱ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାର ଭାରତର ଉଦ୍ଭାବକ ଏବଂ ଗବେଷକଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗରେ ଆମର ପ୍ରତିଭାବାନ ଯୁବଶକ୍ତି ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଉଦ୍ୟମିତାର ନୂଆ ନିୟମ ଲେଖିବେ ଏବଂ ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖିବେ । ଆମ ଯୁବପିଢ଼ିଙ୍କ ପ୍ରତିଭା ଏବଂ ସଂକଳ୍ପ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସୁଦୃଢ଼ କରିବା ସହିତ ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସାର୍ବଭୌମତ୍ୱକୁ ବୃଦ୍ଧି କରିବାର ପଥ ପ୍ରଶସ୍ତ କରିବ । ଶ୍ରୀ ପ୍ରଧାନ ଆଇଆଇଟି, ଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ସହ ସକାଳ ଜଳଖିଆ କରିଥିଲେ । ଏହି ଆଲୋଚନା କାର୍ୟ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଡକ୍ଟର ବିନୀତ ଯୋଶୀ, ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ରଙ୍ଗନ ବାନାର୍ଜୀ, ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ଦିଲ୍ଲୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଅପରପକ୍ଷରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ୩୧ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ଯେ ଶିକ୍ଷକମାନେ ଆମ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି । ନବନସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ଦକ୍ଷତା ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି । ଶିକ୍ଷକମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାନ୍ତି । ଏକବିଂଶ ଶତାବ୍ଦୀରେ ଭାରତ ଆଗକୁ ବଢ଼ୁଥିବା ବେଳେ ଶିକ୍ଷକମାନେ ଭବିଷ୍ୟତର ସୁଯୋଗର ମାନଚିତ୍ର ପ୍ରସ୍ତୁତ କରିବା ଏବଂ ଆମ ଯୁବପିଢ଼ି ଅଭିବୃଦ୍ଧି କାହାଣୀର ନେତୃତ୍ୱ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ସେହିପରି ଛାତ୍ରଛାଛାତ୍ରୀମାନଙ୍କୁ ସ୍ୱାକ୍ଷରତା ଓ ପରିସଂଖ୍ୟାନର ପାଠପଢାକୁ ବୁଝିବା ଭଳି ଶିକ୍ଷା ଦେବା ଦରକାର ବୋଲି ସେ କହିଛନ୍ତି ।

  • Related Posts

    କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

    ଭୁବନେଶ୍ୱର:କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌…

    Continue reading
    ଏଣିକି ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ

    ଭୁବନେଶ୍ୱର: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ