ଡବଲ ଇଞ୍ଜିନ ସରକାରରେ କୃଷକ ସମସ୍ୟା ଉତ୍କଟ ହୋଇଛି: ବିଜେଡି

କୃଷକମାନଙ୍କ ପ୍ରତିବାଦରେ ଭୟଭୀତ ହୋଇ ସରକାର ଜଟିଳ ପଞ୍ଜିକରଣ ବ୍ୟବସ୍ଥାକୁ ପ୍ରତ୍ୟାହାର କଲେ
ବିଜେପିର ପ୍ରତିଶ୍ରୁତି ଅନୁଯାୟୀ ଧାନର ଏମଏସପି ମୂଲ୍ୟ ୩୧୦୦ ଟଙ୍କା କରାଯାଉ
କଟ୍‌ନୀ ଛଟ୍‌ନୀ ଓ ଦଲାଲ ରାଜ ବନ୍ଦ ହେଉ

ଭୁବନେଶ୍ୱର, ୧୮/୦୮: ରାଜ୍ୟର ଚାଷୀ ସମୁଦାୟଙ୍କ ସମସ୍ୟାକୁ ନେଇ ବିଜୁ ଜନତା ଦଳର ଆହ୍ୱାନରେ ଆଜି ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ, ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ହଜାର ହଜାର ଚାଷୀ, ସମସ୍ତ ଆଗ ଧାଡ଼ିର କୃଷକ ଅନୁଷ୍ଠାନ ଓ ବିଜେଡିର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ, ରାଜ୍ୟ ସରକାରଙ୍କ କୃଷକ ମାରାଣ ନୀତି ବିରୋଧରେ ଗର୍ଜିଥିଲେ । ଗତ ୧୪ ମାସର ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ରାଜ୍ୟରେ କୃଷକ ସମସ୍ୟା ଉକ୍ରଟ ହୋଇଛି ବୋଲି ଦଳର ବରିଷ୍ଠ ନେତାମାନେ କହିଥିଲେ । ସଭା ଶେଷ ହେବା ପରେ ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକରଣ ପାଇଁ ଜଟିଳ ସର୍ତ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ନାଁରେ ଚାଷୀ ଭାଇମାନଙ୍କୁ ଠକିବା ଓ କମ୍ପାନୀ ମାନଙ୍କୁ ମୁନାଫା ଦେବା, ପ୍ରତ୍ୟେକ ବର୍ଷ କୃଷକଙ୍କୁ ଫସଲ ବୀମାକରଣ କରିବା ପାଇଁ ବାଧ୍ୟ କରାଯିବା କିନ୍ତୁ ମରୁଡି, ବନ୍ୟା, ବାତ୍ୟା ଭଳି ଦୈବୀ ଦୁର୍ବିପାକରେ ବୀମା କ୍ଷତିପୂରଣ ଦେବା ସମୟରେ ଜଟିଳ ପ୍ରକ୍ରିୟା ଅବଲମ୍ବନ କରିବା, ବିଗତ ରବି ଧାନ ସଂଗ୍ରହ ସମୟରେ ଅହେତୁକ କଟନୀ ଛଟନୀ, ଟୋକନ ବ୍ୟବସ୍ଥା, ଦଲାଲ ରାଜ, ବିଳମ୍ବିତ ପ୍ରାପ୍ୟ ପ୍ରଦାନ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ଦଲାଲ, ମିଲର ଓ ଅଫିସରଙ୍କ ମର୍ଜି ଉପରେ ନିର୍ଭରଶୀଳ ଥିଲା । କ୍ୱିଣ୍ଟାଲ ପିଛା ୧୦ରୁ ୨୦ କେଜି ଧାନ ଖୁଲମାଖୁଲା କଟନୀଛଟନୀ ହେବା ଭଳି ଅଭିଯୋଗ କରାଯାଇଛି। ବିନା କଟ୍‌ନୀଛଟ୍‌ନୀରେ ଧାନ କିଣା, ଦଲାଲମୁକ୍ତ ମଣ୍ଡି ଓ ୪୮ ଘଣ୍ଟାରେ ପ୍ରାପ୍ୟ ପ୍ରଦାନ ଇତ୍ୟାଦି ବିଜେପିର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରହସନରେ ପରିଣତ ହୋଇଛି । ‘କାଳିଆ ଯୋଜନା’ର ନାମ ପରିବର୍ତ୍ତନ କରି ‘ସିଏମ୍‌ କିଷାନ ଯୋଜନା’ କରିଛନ୍ତି । ଏହି ଯୋଜନାରେ ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ କୌଣସି ସହାୟତା ରାଶି ପ୍ରଦାନ କରାଯାଉ ନାହିଁ । ଆଜି ବିହନ, ସାର, କୃଷି ଶ୍ରମିକ, ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଘଟିବା ହେତୁ ଚାଷୀ ସବୁବେଳେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ବୀମା ଅର୍ଥ ପ୍ରଦାନ କରିବା ନିୟମାବଳୀକୁ ସରଳୀକରଣ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ ଧାର୍ଯ୍ୟ କରାଯିବା, ୩୧୦୦ ଟଙ୍କା ଏମ୍‌ଏସ୍‌ପି କୁ ଆଇନ ସିଦ୍ଧ କରାଯାଉ ବୋଲି ସ୍ମାରକପତ୍ରରେ ଦାବି ବିଜୁ ଜନତା ଦଳ ଦୃଢ଼ ଦାବି କରୁଛି କରାଯାଇଛି ।
ଏହି କୃଷକ ସମାବେଶରେ ବିଜେଡିର ବରିଷ୍ଠ ନେତାମାନେ ଯଥା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ରୋହିତ ପୂଜାରୀ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀମତୀ ରୀତା ସାହୁ, ଶ୍ରୀମତୀ ବର୍ଷା ସିଂ ବରିହା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଶ୍ରୀ ପ୍ରଦୀପ ଦିଶାରୀ, ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀ ସୁଦର୍ଶନ ହରିପାଲ, ଶ୍ରୀ ଯୋଗେଶ ସିଂ, ଶ୍ରୀ ରୋହିତ ଯୋଶେଫ ତିର୍କୀ, ଶ୍ରୀ ନଳିନୀ ପ୍ରଧାନ, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ସଂଗ୍ରାମ ମହାପାତ୍ର, ଆୟୁବ ଖାନ, ଶ୍ରୀ କିଶୋର ନାୟକ, ଶ୍ରୀ ରାଜେନ୍ଦ୍ର ଛତ୍ରିଆ, ଶ୍ରୀ ସରୋଜ ମେହେର, ଶ୍ରୀ ଦୁଷ୍ମନ୍ତ ନାୟକ, ଶ୍ରୀ ନିହାର ବେହେରା, ଶ୍ରୀ ଆକାଶ ମିଶ୍ର, ଶ୍ରୀ ଗିରିରାଜ ସିଂ, ଶ୍ରୀ ନାରାୟଣ ଲୁହା, ଶ୍ରୀମତୀ କଳ୍ପନା ମାଝୀ, ଶ୍ରୀମତୀ ମାନିନୀ ଭୋଇ, ଶ୍ରୀ ରାଜେଶ ଅଗ୍ରୱାଲ, ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଶ୍ରୀ କରନ ସିକନ୍ଦର, ଶ୍ରୀମତୀ ମିନାକ୍ଷୀ ମିଶ୍ର, ଶ୍ରୀ ପ୍ରଫୁଲ୍ଲ ନାୟକ, ଶ୍ରୀ ଉମେଶ ପଣ୍ଡା, ଶ୍ରୀ ଗୌରହରି ମିଶ୍ର, ଶ୍ରୀ ବିକ୍ରମ ସିଂହଦେଓ, ଶ୍ରୀ ଦେବାନନ୍ଦ ଗଡ଼ତିଆ, ଶ୍ରୀ ନାରଦ ବରିହା, ଶ୍ରୀ ଲମ୍ବୋଦର ନିଆଲ, ଶ୍ରୀ ସିଦ୍ଧାର୍ଥ ଦାସ, ଶ୍ରୀ ମନୋଜ ମହାପାତ୍ର, ଶ୍ରୀ ହୀରାଲାଲ ବେହେରା, ଶ୍ରୀମତୀ କୁମୁଦିନୀ ନାୟକ, ଶ୍ରୀ କିଶୋର ମିଶ୍ର, ଶ୍ରୀ ସୁନିଲ କିଷାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାବେଶରେ ଶ୍ରୀ ସୁଶାନ୍ତ ମହାପାତ୍ର ସଭାପତିତ୍ୱ କରିଥିଲା ବେଳେ ଶ୍ରୀ କିଶୋର ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ