ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ମେଣ୍ଟକୁ ପରାଜୟ ମିଳିଛି। କଂଗ୍ରେସ ମଧ୍ୟ କିଛି କମାଲ କରିପାରି ନାହିଁ। ଶୋଚନୀୟ ପରାଜୟ ପରେ ଏବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କୁ ଦଳର ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଅନୁରୋଧ କରିଥିବା କୁହାଯାଉଛି।

ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ନାନା ପଟୋଲେ ନିଜକୁ ଦାୟୀ କରିଛନ୍ତି ଏବଂ ନିଜ ପଦରୁ ଇସ୍ତଫା ଦେଇଥିବା ଅଶଙ୍କା କରାଯାଉଛି। ନାନା ପଟୋଲେ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ସେ ବର୍ତ୍ତମାନ ସୁଦ୍ଧା ମଲ୍ଲିକାର୍ଜୁନ ଖଡଗେ କିମ୍ବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିନାହାଁନ୍ତି।
ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପଟୋଲେ ଦିଲ୍ଲୀରେ କେବଳ ଦଳର ସାଧାରଣ ସମ୍ପାଦକ କେ.ସି ଭେଶୁଗୋପାଲଙ୍କୁ ଭେଟିବାରେ ସକ୍ଷମ ହୋଇଛନ୍ତି। ଦଳର ହାଇକମାଣ୍ଡ ତାଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି। ସେପଟେ କଂଗ୍ରେସ ମୁଖପାତ୍ର ଅତୁଲ ଲୋଣ୍ଡେ ନାନା ପଟୋଲେଙ୍କ ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନାନା ପଟୋଲେ ଦିଲ୍ଲୀରେ ଅଛନ୍ତି କିନ୍ତୁ ସେ ଇସ୍ତଫା ଦେଇନାହାଁନ୍ତି।

କହିରଖୁ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ବମ୍ପର ବିଜୟ ହାସଲ କରିଛି। ୨୮୮ ଆସନରୁ ୨୩୨ ସିଟ୍‌ରେ ବିଜୟୀ ହୋଇଛି। ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏମ୍‌ଭିଏ କେବଳ ୪୬ଟି ଆଜନରେ ବିଜୟୀ ହୋଇଛି। ମହାରାଷ୍ଟ୍ର ବିଧାନସଭାରେ ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୧୬ ଟି ଆସନ ଜିତି ୧୨.୪୨ ପ୍ରତିଶତ ଭୋଟ୍ ପାଇଛି।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ