ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ଭୁବନେଶ୍ୱର,19।08 : ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିସନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିିସନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିସନର ଅନ୍ୟ ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ ଏବଂ କମିସନଙ୍କ ବିଭିନ୍ନ ସୁପାରିସ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଡ. ପଣ୍ଡାଙ୍କ ସହିତ କମିସନର ସଦସ୍ୟଗଣ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡ. ବିଭୁପ୍ରସାଦ ନାୟକ, ସଦସ୍ୟ ସଚିବ ଡ. ସତ୍ୟପ୍ରିୟ ରଥ, କମିସନର ପଦାଧିକାରୀ ସଦସ୍ୟ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ କମିସନ ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍୍ପାଟିଙ୍କୁ ଭେଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟପାଳ, ଷଷ୍ଠ ରାଜ୍ୟ ଅର୍ଥ କମିସନ ଗଠନ କରିଛନ୍ତି। ଏହି କମିସନ ରାଜ୍ୟ ଏବଂ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡ଼ିକ ମଧ୍ୟରେ ରାଜ୍ୟ ଦ୍ୱାରା ଆଦାୟ ହେଉଥିବା କର, ଶୁଳ୍କ, ଟୋଲ୍ ଏବଂ ଫି’ ବିତରଣ ଏବଂ ଏପରି ଆୟର ସେମାନଙ୍କ ଅଂଶର ଆବଣ୍ଟନକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକୁ ସୁପାରିସ କରିବେ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡ଼ିକର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସୁପାରିସ କରିବେ। ଏହି ଅନ୍ତରୀଣ ରିପୋର୍ଟକୁ ଷୋଡ଼ଶ ଅର୍ଥ କମିସନଙ୍କ ବିଚାର ନିମନ୍ତେ ପ୍ରେରଣ କରାଯିବ। ତଥାପି କମିସନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସମସ୍ୟା ଏବଂ ଆହ୍ବାନଗୁଡ଼ିକୁ ଆହୁରି ଗଭୀର ଭାବରେ ଅନୁଧ୍ୟାନ କରି ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ଜଣାଯାଇଛି।

  • Related Posts

    ଧାନ ବିକ୍ରି ପଞ୍ଜୀକରଣ: ଆସୁଛି ସ୍ୱତନ୍ତ୍ର ଆପ୍

    ଭୁବନେଶ୍ୱର: ଧାନ କିଣା ପଞ୍ଜୀକରଣକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଧାନ ବିକ୍ରି ପଞ୍ଜୀକରଣକୁ ଅଧିକ ସହଜ ଓ ସରଳ କରିବା ପାଇଁ ଆସୁଛି ସ୍ୱତନ୍ତ୍ର ଆପ୍ । ମାଲିକ ନ ଆସିଲେ ବି ଭାଗଚାଷୀ କରିପାରିବେ ପଞ୍ଜୀକରଣ…

    Continue reading
    ଶିମିଳିପାଳରେ ଆସିବେ ବାଘ, ବାଘୁଣୀ

    ଭୁବନେଶ୍ୱର: ଶିମିଳିପାଳରେ ୫ ବର୍ଷୀୟା ବାଘୁଣୀ (ମେଲେନାଷ୍ଟିକ ପ୍ରଜାତି)ର ମୃତ୍ୟୁ ପରେ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ପାଇଁ ପୁଣି ତତ୍ପର ହୋଇଛି ବନ ବିଭାଗ । ବାହାର ରାଜ୍ୟରୁ ଓଡ଼ିଶାକୁ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି । ମଧ୍ୟ ଭାରତରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ