ଭାରତ ଓ ଚୀନ ସୀମା ବିବାଦର ସମାଧାନ ଦିଗରେ ସକାରାତ୍ମକ ଉନ୍ନତି ହୋଇଛି :ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 20।08: ଭାରତ ଗସ୍ତରେ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ) ଅଜିତ୍ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି। ୱାଙ୍ଗଙ୍କୁ ଭେଟିବା ଅବସରରେ ମୋଦୀ କହିଥିଲେ ଯେ ଭାରତ ଓ ଚୀନ ଦ୍ବିପାକ୍ଷିକ ସମ୍ପର୍କରେ ଦ୍ରୁତ ଉନ୍ନତି ଆସିବାରେ ଲାଗିଛି। ଦୁଇ​‌ ଦେଶ ପରସ୍ପରର ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ମାନ କରୁଛନ୍ତି। ଗତବର୍ଷ କାଜାନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମୋଦୀ ଭେଟିବା ପରଠାରୁ ଦୁଇଦେଶ ସମ୍ପର୍କରେ ଉନ୍ନତି ଆସିବାରେ ଲାଗିଛି। ଚଳିତ ମାସ ଶେଷ ଭାଗରେ ଚୀନର ତିଆନଜିନ୍‌ରେ ହେବାକୁ ଯାଉଥିବା ଏସସିଓ ବୈଠକରେ ମୋଦୀ ଯୋଗ ଦେବେ। ଏସ୍‌ସିଓ ବୈଠକକୁ ଆସିବା ଲାଗି ମୋଦୀଙ୍କୁ ଜିନପିଙ୍ଗ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକ ଭାରତ ଓ ଚୀନ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ମୋଦୀ ଆଶା ବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି ଯେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଆସିପାରିଲେ ଏହା ଆଞ୍ଚଳିକ ଏବଂ ବିଶ୍ବରେ ଶାନ୍ତି ଓ ବିକାଶ ପାଇଁ ସହାୟକ ହେବ। ସୀମା ବିବାଦକୁ ନେଇ ଭାରତ ଓ ଚୀନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ଏହାର ସ୍ଥାୟୀ ସମାଧାନ ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ସୀମା ବିବାଦର ସମାଧାନ ଦିଗରେ ସକାରାତ୍ମକ ଉନ୍ନତି ଆସିଥିବା ସେ କହିଛନ୍ତି।

  • Related Posts

    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ