ଏସିଆ କପ୍ ଟି୨୦ ପାଇଁ ଭାରତୀୟ ଦଳ ଘୋଷିତ, ଉପଅଧିନାୟକ ହେଲେ ଶୁବମନ୍ ଗିଲ୍‌

ମୁମ୍ବାଇ,20।08:ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ, ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ରିଂକୁ ସିଂହ ଏବଂ ସଂଜୁ ସାମସନ୍ ଦଳରେେ ସ୍ଥାନ ପାଇଛନ୍ତି। ଇଂଲଣ୍ଡରେ ଚମକପ୍ରଦ ପ୍ରଦର୍ଶନ ପରେ ଶୁବମନ୍ ଗିଲ୍‌ ଏସିଆ କପ୍ ପାଇଁ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍‌ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍‌ର ଉପଅଧିନାୟକ ପଦ ମିଳିଛି। ଅକ୍ଷର ପଟେଲ୍‌ଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସୂର୍ଯ୍ୟ କୁମାର ୟାଦବଙ୍କ ନେତୃତ୍ବାଧୀନ ଦଳରେ ଅଭିଷେକ ଶର୍ମା ଓ ସଂଜୁ ସାମ୍‌ସନ ପ୍ରାରମ୍ଭିକ ବ୍ୟାଟର୍ ଭାବେ ସ୍ଥାନ ପାଇଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ୍ ସୁନ୍ଦର, ରିୟାନ୍ ପରାଗ, ଧ୍ରୁବ ଜୁରେଲ, ‌ଯଶସ୍ବୀ ଜୟସ୍ବାଲ ପ୍ରମୁଖ ସଂରକ୍ଷିତ ଖେଳାଳି ଭାବେ ଅଛନ୍ତି।

  • Related Posts

    ଆଇପିଏଲ୍‌ରୁ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ଅବସର ଘୋଷଣା

    ନୂଆଦିଲ୍ଲୀ : ଆଇପିଏଲ୍‌ରୁ କ୍ରିକେଟର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ବୁଧବାର ଅବସର ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି କ୍ରିକେଟର। ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ସେ ଗତ ସିଜିନରେ…

    Continue reading
    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନୂଆଦିଲ୍ଲୀ,୨୫/୦୮: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    କଟକ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    କଟକ  ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଆସିବ ନୂଆ ଐତିହ୍ୟ ନୀତି

    ଆସିବ ନୂଆ ଐତିହ୍ୟ ନୀତି