କାର୍ୟ୍ୟରେ ଅବହେଳା: ୩ ପାକ୍ସ ସମ୍ପାଦକ ନିଲମ୍ବିତ

ଭୁବନେଶ୍ୱର: ବୌଦ୍ଧ ଜିଲାର ଖୁଣ୍ଟବନ୍ଧ, ବୌଦ୍ଧ ଓ ଲୁଣିବାହାଲ ପ୍ୟାକ୍ସ ସମ୍ପାଦକଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଚାଷୀ ପଞ୍ଜୀକରଣ ଓ ସାର ବିକ୍ରୟ ଚାଲିଥିବା ବେଳେ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକ ବିଦେଶ ବୁଲିବାକୁ ଯାଇଥିଲ । କାର୍ୟ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କଲେ ବୌଦ୍ଧ ସହକାରୀ ସମବାୟ ନିବନ୍ଧକ । ଶାରିରୀକ ଅସୁସ୍ଥତା କହି ଥାଇଲାଣ୍ଡ ବୁଲୁଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ବୌଦ୍ଧ ସହକାରୀ ସମବାୟ ନିବନ୍ଧକ (ଏଆର୍‌ସି ଏସ୍) ଫକୀର ମୋହନ ବାଗ ତାଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୩ଜଣ ପ୍ୟାକ୍ସ ସଂପାଦକ ସ୍ଵାସ୍ଥ୍ୟଗତ କାରଣରୁ ଛୁଟି ନେଇଥିବା ବେଳେ ବିଦେଶ ବୁଲିବାକୁ ଯାଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ୩ଜଣ ସଂପାଦକଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ସଂପର୍କ ବୌଦ୍ଧ ଜିଲାର ପେକ୍ସ ସଂପାଦକଙ୍କ ସହ ଥିବାରୁ ତଦନ୍ତ ଆଗକୁ ବଡ଼ିଥିଲା । ଏହିକ୍ରମରେ ବୌଦ୍ଧ ଜିଲାର ୩ଜଣ ପେକ୍ସ ସଂପାଦକଙ୍କୁ ନିଲମ୍ୱନ କରାଯାଇଥିଲା ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ