ଏସିଆ କପ୍‌ ପାଇଁ ଭାରତୀୟ ମହିଳା ଦଳରେ ଓଡ଼ିଶାର ମିଡ୍‌ଫିଲ୍ଡର ସୁନେଲିତା ଟୋପ୍ପୋ

ନୂଆଦିଲ୍ଲୀ,22/08: ଏସିଆ କପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବିଶ୍ବକପ୍‌ ଯୋଗ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମହାଦେଶୀୟ ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନର ହଙ୍ଗ୍‌ଝୁରେ ଖେଳାଯିବ। ଆହତ କାରଣରୁ ଭେ‌ଟେରାନ୍ ଗୋଲକିପର୍‌ ସବିତା ପୁନିଆ ଏବଂ ଅଭିଜ୍ଞ ମିଡ୍‌ଫିଲ୍ଡର ସୁଶୀଳା ଚାନୁଙ୍କୁ ସୁଯୋଗ ମିଳିନାହିଁ। ଓଡ଼ିଶାରୁ କେବଳ ଜଣେ ମାତ୍ର ଝିଅ ମିଡ୍‌ଫିଲ୍ଡର ସୁନେଲିତା ଟୋପ୍ପୋ ଏହି ୨୦ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଭିଜ୍ଞ ସବିତା ପୁନିଆଙ୍କ ଅନୁପସ୍ଥିତି କାରଣରୁ ଅଧିନାୟିକା ସଲିମା ଟେଟେଙ୍କ ଉପରେ ଅତିରିକ୍ତ ଚାପ ରହିବ। ସେହିଭଳି ସବିତାଙ୍କ ଛାୟାରୁ ବାହାରିବା ପରେ ବିଚୁ ଦେବୀ ଖରିବାମଙ୍କୁ ଗୋଲକିପିଂରେ ବି ପ୍ରମାଣିତ କରିବାକୁ ପଡ଼ିବ। ବିବାହ ପରେ ଦଳକୁ ଫେରିଥିବା ଉଦିତା ମଧ୍ୟ ଦଳର ଡି‌ଫେନ୍ସକୁ୍ ସମ୍ଭାଳିବେ। ଭାରତୀୟ ମହିଳା ଦଳ ପାଇଁ ବିଶ୍ବକପ୍‌ ଯୋଗ୍ୟତା ମଧ୍ୟ କଠୋର ପଥର ଆହ୍ବାନ ରଖିଛି। ପ୍ୟାରିସ୍ ଅଲିମ୍ପିକ୍ସ ‌ରୌପ୍ୟ ପଦକ ବିଜେତା ତଥା ବିଶ୍ବର ୪ ନମ୍ବର ମାନ୍ୟତାପ୍ରାପ୍ତ ଚୀନ ଏବଂ ବିଶ୍ବର ୧୨ ନମ୍ବର ଦଳ ଜାପାନ ପ୍ରମୁଖ ପ୍ରତିବଂଧକ ସାଜିବା ଆଶଙ୍କା ରହିଛି। ପୁଲ୍‌ ‘ବି’ରେ ସ୍ଥାନ ରହିଥିବା ଭାରତ ସହିତ ଜାପାନ, ଥାଇଲାଣ୍ଡ୍‌ ଓ ସିଙ୍ଗାପୁର ଥିବାବେଳେ ପୁଲ୍‌ ‘ଏ’ରେ ଚୀନ, ମାଲେସିଆ, କୋରିଆ ଓ ଚାଇନିଜ୍ ତାଇପେ ରହିଛନ୍ତି। ନିଜ ଗ୍ରୁପ୍‌ରୁ ଫାଇନାଲ୍ ପହଞ୍ଚିବା ଭାରତ ପାଇଁ ବଡ଼ କଥା ‌ନ ହେଲେ ବି ବିଜେତା ନ ହେଲେ ସିଧାସଳଖ ବିଶ୍ବକପ୍‌ ଟିକେଟ୍ ପାଇବା କଷ୍ଟକର ହେବ। ‘ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି, ଦଳ ଚୟନରେ ବି ଯୁବ ଓ ଅଭିଜ୍ଞଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ଶୃଙ୍ଖଳିତ ଓ ଆକ୍ରମଣାତ୍ମକ ବ୍ରାଣ୍ଡ୍‌ର ହକି ଖେଳିବା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ