ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢାଉ

କଟକ: କଟକ ସିଡିଏମଓ ଅଫିସର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ପଶିଛି ଭିଜିଲାନ୍ସ । ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଟଙ୍କା ହେର ଫେର ଘଟଣାକୁ ନେଇ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ଚଢାଉ । ୧ କୋଟି ୨୪ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସର ଏକାଧିକ ଟିମ ଆଜି ପାଞ୍ଚଟି ଜାଗାରେ ଚଢାଉ କରୁଛନ୍ତି। କଟକ ଯୋବ୍ରାରେ ଥିବା ତିନି ମହଲାଘର, ସିଡିଏମଓ ଅଫିସ, କଟକ କିଶୋନଗର ପୈତୃକ ଘର, ଚୌଦ୍ଵାର ଘର ଓ କଟକ ଦେଉଳ ସାହିରେ ଥିବା ଶଶୁର ଘରେ ଚଢାଉ ଚାଲିଛି।

ଚୌଦ୍ଵାର ଆଗ୍ରାହାଟ ପଞ୍ଚାୟତ ପ୍ରଧାନିଆ ସ୍ଥିତ ପଲାସିଆ ମୌଜାର ଫାର୍ମ ହାଉସ ଉପରେ ଯାଜପୁର ଓ କଟକର ଭିଜିଲାନ୍ସର ୭ ଜଣିଆ ଟିମ୍‌ର ମିଳିତ ଚଢଉ ଜାରି । ବାବୁ ଜଣକ ଚାକିରୀରୁ ଆଉ ଦୁଇ ବର୍ଷ ପରେ ଅବସର ନେଇଥାନ୍ତେ ବୋଲି ଜଣାପଡିଛି । ଅବସର ନେବା ପୂର୍ବରୁ ତାଙ୍କୁ ମାଡି ବସିିଛି ଭିଜିଲାନ୍ସ ।

  • Related Posts

    ଅବକାରୀ ବିଭାଗରେ ଆର୍ଥିକ ଅନିୟମିତତା: ୨ ଗିରଫ

    ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି ଟଙ୍କା ହରିଲୁଟ୍‌ ଅଭିଯୋଗରେ ସମ୍ବଲପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

    Continue reading
    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ