ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ସ୍ଵାମୀ-ସ୍ତ୍ରୀ ମୃତ

କଟକ: କଟକ ଗୋପାଳପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଚାଲିଗଲା ସ୍ବାମୀ ଓ ସ୍ତ୍ରୀଙ୍କ ଜୀବନ। ମୃତକଙ୍କ ସଠିକ ପରିଚୟ ମିଳି ପାରି ନଥିବା ବେଳେ ଭୁବନେଶ୍ଵର ଉତ୍ତରା ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ସାଂଘାତିକ ଭିଡ଼ ଲାଗି ରହିଛି। ଟ୍ରାଫିକ ହଟାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ରାତି ୯.୨୦ ସମୟରେ କଟକରୁ ନିଜ ଘରକୁ ସ୍ବାମୀ ସ୍ତ୍ରୀ ଫେରୁଥିବା ବେଳେ ଗୋପାଳପୁର ଛକ ଠାରେ ଏକ ୧୪ ଚକିଆ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍ ଟି ଦୁଇଜଣଙ୍କ ଉପରେ ସଂପୂର୍ଣ୍ଣ ଚଢ଼ି ଯାଇଥିଲା। ଯାହାଫଳରେ ସ୍ବାମୀ ସ୍ତ୍ରୀ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ନାହିଁ ନଥିବା ଭିଡ ଲାଗିଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଏସସିବି ପଠାଇବା ସହ ଭିଡକୁ ହଟାଇବାରେ ଲାଗିଛି।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କ’ଣ ଜାଣନ୍ତୁ

    ଅନ୍ତ୍ୟୋଦୟ ଗୃହ ଯୋଜନା : ଆଉ ଦିବର୍ଷ ବଢ଼ିଲା ନିର୍ମାଣ ହେବ ୨.୯୧ ଲକ୍ଷ ଘର ବଢ଼ିଲା ପ୍ରୋତ୍ସାହନ ରାଶି ପୂରଣ ହେବ ସମସ୍ତଙ୍କ ଘର ଯୋଜନାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୫ ।୧୦ : ଅନ୍ତ୍ୟୋଦୟ ଗୃହ ଯୋଜନାରେ…

    Continue reading
    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି