ଆଜି ଠାରୁ ଯୁକ୍ତ ତିନି ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶନିବାରଠୁ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସାମ୍‌ସ ୱେବ୍‌ସାଇଟ୍‌ ମାଧ୍ୟମରେ ସେପ୍ଟେମ୍ବର ୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ ସୁଯୋଗ ରହିବ । ୪ ତାରିଖରେ ଦରଖାସ୍ତ ସଂଶୋଧନର ସୁଯୋଗ ଦିଆଯିବ । ୧୦ ତାରିଖରେ ଏହି ଦ୍ୱିତୀୟ ପର୍ୟ୍ୟାୟ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୧୧ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇବାକୁ ସୁଯୋଗ ପାଇବେ । ଏହାପରେ ବଳକା ସିଟ୍‌ରେ ୱେଟିଂ ଲିଷ୍ଟ୍‌ ନାମଲେଖା ହେବ । ଏଥିପାଇଁ ୧୫ ତାରିଖରୁ ୧୬ ମଧ୍ୟରେ ଆବେଦନକାରୀ ନିଜର ସମସ୍ତ ପ୍ରମାଣପତ୍ର ସହ କମନ୍‌ ଆପ୍ଲିକେସନ ଫର୍ମ ସହ ନାମ ଲେଖାଇବାକୁ ଚାହୁଁଥିବା ପ୍ରତିଷ୍ଠାନରେ ଆବେଦନ କରିବେ । ୧୭ ତାରିଖ ଅପରାହ୍ନ ୨ଟାରେ ଏହାର ଚୟନ ଶିକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଏଥିରେ ସ୍ଥାନିତ ହୋଇଥିବା ପିଲାମାନେ ୧୮ରୁ ୨୨ ତାରିଖ ମଧ୍ୟରେ ନାମ ଲେଖାଇବେ । ସୂଚନାଯୋଗ୍ୟ, ଯୁକ୍ତ ତିନି ପ୍ରଥମ ପର୍ୟ୍ୟାୟ ନାମଲେଖା ଗତ ଜୁଲାଇ ୧୬ ତାରିଖରୁ ଶେଷ ହୋଇଛି । ଜୁଲାଇ ୧୦ ତାରିଖରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଯୁକ୍ତ ତିନି ପାଇଁ ରହିଥିବା ମୋଟ ୨ ଲକ୍ଷ ୭୭ ହଜାର ୩୮୯ ସିଟ୍‌ରୁ ଏବେ ସୁଦ୍ଧା ୧ ଲକ୍ଷ ୭୮ ହଜାର ୧୭୭ ଜଣ ନାମ ଲେଖାଇଛନ୍ତି । ଆହୁରି ୯୯ ହଜାର ୨୧୨ ସିଟ୍‌ ଖାଲିପଡ଼ିଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ