ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ମେଡିଏସନ କନଫରେନ୍ସ

ଭୁବନେଶ୍ୱର: ଲମ୍ବା ସମୟ ଧରି ଚାଲିଥିବା ବିଭିନ୍ନ ମାମଲାର ମଧ୍ୟସ୍ଥତା ଜରିଆରେ ସମାଧାନ ପାଇଁ କେନ୍ଦ୍ର ସରକାର ୨୦୨୩ରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଆଇନ ଆଣିଥିଲେ । ଏହାକୁ ସ୍ମରଣୀୟ କରିବା ନେଇ ପ୍ରଥମ ମେଡିଏସନ କନଫରେନ୍ସ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ମେଡିଏସନ କନଫରେନ୍ସ ଆସନ୍ତା ସେପ୍ଟେମ୍ବର ୨୮ରେ ଓଡ଼ିଶାରେ ଅନୁଷ୍ଠିତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ସଚିବସ୍ତରୀୟ ବୈଠକ ବି ହୋଇଛି । ଏହି ସମ୍ମିଳନୀରେ ଦେଶର ସମସ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ବରିଷ୍ଠ ବିଚାରପତି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଦିଲ୍ଲୀରେ ଅନୁଷ୍ଠିତ କନଫରେନ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦାନ କରିଥିଲେ । ତେଣୁ ଓଡ଼ିଶାରେ ହେବାକୁ ଥିବା ଏହି କନଫରେନ୍ସରେ ରାଷ୍ଟ୍ରପତି ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ