ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ୧୦୦ ମିଟର ରିଲେ​ରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର,24/08: ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତି‌ଯୋଗିତାରେ ଓଡ଼ିଶାକୁ ଶନିବାର ଗୋଟିଏ‌ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୪ଗୁଣା ୧୦୦ ମିଟର ରିଲେ​ରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ ମିଳିଛି। ଓଡ଼ିଶା ପକ୍ଷରୁ ସାରୁନ ପ୍ରିୟସିଂହ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଅମିୟ ମଲ୍ଲିକ ୩୯.୫୨ ସେକେଣ୍ଡରେ ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିିିତିଛନ୍ତି। ୨୦୨୨ରେ ତାମିଲନାଡୁ ପ୍ରତିଯୋଗୀ ୩୯.୮୮ ସେକେଣ୍ଡରେ ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଯାହାକୁ ଓଡ଼ିଶା ପ୍ରତିଯୋଗୀମାନେ ଶୁକ୍ରବାର ଭାଙ୍ଗିବାରେ ସଫଳ ହୋଇଛନ୍ତି। ଧାବକ ଅନିମେଷ କୁଜୁର ୨୦୦ ମିଟର୍ ପୁରୁଷ ଦୌଡ଼ରେ ନୂଆ ମିଟ୍‌ ରେକର୍ଡ (୨୦.୬୩ ସେକେଣ୍ଡ୍‌) ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ। ଶୁକ୍ରବାର ସରୁନ ପାୟାସିଂହ, ଅନିମେଷ କୁଜୁର, ଲାଲୁ ପ୍ରସାଦ ଭୋଇ, ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶାର ୪ ଗୁଣା ୧୦୦ ମିଟର ପୁରୁଷ ରିଲେ ଦଳ ୩୯.୫୨ ସେକେଣ୍ଡ୍‌ର ନୂଆ ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଶନିବାର ପୁ‌ରୁଷ ହାଇ ଜମ୍ପ୍‌ରେ ସ୍ବାଧୀନ କୁମାର ମାଝୀ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୮ ମିଟର୍ ପ୍ରଦର୍ଶନ ସହିତ କାଂସ୍ୟ ପଦକ ହାସଲ କରିଛନ୍ତି।

  • Related Posts

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନୂଆଦିଲ୍ଲୀ,୨୫/୦୮: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା…

    Continue reading
    ହକି ଚାମ୍ପିୟନସିପ୍‌: ରୌପ୍ୟ ପଦକ ଜିତିଥିବା ଓଡ଼ିଶା ପୁରୁଷ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡ଼ାମନ୍ତ୍ରୀ

    ଭୁବନେଶ୍ୱର,୨୫/୦୮: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ