ସମନ୍ୱିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ

ବାଲେଶ୍ବର: ଓଡିଶା ଉପକୂଳରୁ ସମନ୍ୱିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ ବା Integrated Air Defence Weapon System (IADWS)ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ବା DRDO ପ୍ରଥମଥର ପାଇଁ ଏହି ବାୟୁ ପ୍ରତିରକ୍ଷା ଅସ୍ତ୍ରର ପରୀକ୍ଷଣ ଶନିବାର କରିଥିଲା । ଏହି ସଫଳତାକୁ ସମଗ୍ର ଦେଶର ସୁରକ୍ଷା ଦିଗରେ ଏକ ବଡ଼ ଉପଲବ୍ଧି ଭାବେ ଅଭିହିତ କରାଯାଇପାରିବ ।ଏହି ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ବା DRDO ନିର୍ମାଣ କରିଛି । ଏହି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସମନ୍ୱିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ ବା IADWSର ସଫଳ ପରୀକ୍ଷଣ ଶନିବାର ମଧ୍ୟାହ୍ଣ 12ଟା ସମୟରେ କରାଯାଇଥିଲା । ଏସଂକ୍ରାନ୍ତରେ DRDO ନିଜର X ହ୍ୟାଣ୍ଡେଲରେ ସୂଚନା ଦେଇଛି ।DRDO କହିଛି, IADWS ଅସ୍ତ୍ର ପ୍ରଣାଳୀର ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ ଅଟେ । ଏହି ଅସ୍ତ୍ର ପ୍ରଣାଳୀରେ ଭୂମିପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର(surface-to-air missiles), ଅତି କମ ଦୂରଗାମୀ ବାୟୁ କ୍ଷେପଣାସ୍ତ୍ର(very short range air defence system missiles) ଏବଂ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଲେଜର ଆଧାରିତ ଶକ୍ତି ଉତ୍ସ ଆଦି ରହିଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ