ବର୍ତ୍ତମାନ ସ୍ଥିତି ନାହିଁ ନୂଆ ଦଳ ଗଠନ କରିବାର:ଅମର

ଭୁବନେଶ୍ବର: ବଦଳିପାରେ ରାଜ୍ୟ ରାଜନୈତିକ ସମୀକରଣ । ଗଠନ ହୋଇପାରେ ନୂଆ ଆଞ୍ଚଳିକ ଦଳ । ଏ ନେଇ ରାଜ୍ୟର କିଛି ବରିଷ୍ଠ ନେତା କସରତ ଆରମ୍ଭ କରିଥିବା ବେଳେ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀଙ୍କ ଦିଲ୍ଲୀ ଗସ୍ତ ପରେ ଏ ଚର୍ଚ୍ଚା ଜୋର ଧରିଛି । ଉଭୟ ନେତା ଦିଲ୍ଲୀ ଯାଇ କିଛି ଜାତୀୟ ସ୍ତରର ନେତାଙ୍କ ସହ ମାନସ ମନ୍ଥନ କରିଥିବା ଜଣାପଡିଛି । ଏମିତି କି ଦିଲ୍ଲୀ ଗସ୍ତ ସୟମରେ ବଡ ରାଜନୈତିକ ଚର୍ଚ୍ଚା ହେବା ମଧ୍ୟ ସେ କହିଛନ୍ତି । ତେବେ ସରକାରଙ୍କର ଦ୍ବିତୀୟ ଇନିଂସ ଅର୍ଥାତ ଅଢେଇ ବର୍ଷ ପରେ କିଛି ବି ହୋଇପାରେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ଅମର । ଏହାସହ ବିଭିନ୍ନ ରାଜନୈତିକ ଦଳର ନେତା ଆମ ସହ ଯୋଗାଯୋଗରେ ଅଛନ୍ତି କହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛନ୍ତି ।

ଅମର କହିଛନ୍ତି, ଓଳାଶୁଣିରେ ବନ୍ଧୁ ମିଳନ ହୋଇଥିଲା । ସେଥିରୁ କିଛି ବନ୍ଧୁ ମିଶି ଆମେ ଦିଲ୍ଲୀ ଗସ୍ତ କରିଥିଲୁ । ସ୍ୱାଭାବିକ ଭାବେ ରାଜନୈତିକ ଚର୍ଚ୍ଚା ଆଲୋଚନା ହୋଇଛି । ବର୍ତ୍ତମାନ ସ୍ଥିତି ନାହିଁ ନୂଆ ଦଳ ଗଠନ କରିବାର । ବର୍ତ୍ତମାନ ସରକାରର ପ୍ରଥମ ଇନିଂସ ଚାଲିଛି । ଅଢେଇ ବର୍ଷ ପରେ ନୂଆ ସରକାରର ଦ୍ବିତୀୟ ଇନିଂସ ଆରମ୍ଭ ହେବ । କିଛି ରାଜନୈତିକ ଦଳ ମୋ ସହିତ ବା ମୋର କିଛି ବନ୍ଧୁଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ସରକାରକୁ ସମୟ ଦେବା ଦରକାର । ବିଭିନ୍ନ ରାଜନୈତିକ ଦଳର ନେତା ଆମ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଅମର ଶତପଥୀ କହିଛନ୍ତି ।

କିଛି ଦିନ ଦିନ ତଳେ ଓଳାଶୁଣିରେ ଅନେକ ବରିଷ୍ଠ ନେତା ଏକାଠି ବସିବା ଓ ତାର କିଛି ଦିନ ପରେ ବରିଷ୍ଠ ସୌମ୍ୟରଞ୍ଜନ ପଟ୍ଟନାୟକ ଆଂଚଳିକ ଦଳ କଥା ଉଠାଇବା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଉ ଏବେ ଦୁଇ ନେତା ଦିଲ୍ଲୀରୁ ଫେରିବା ଏ କଥାକୁ ଆହୁରି ବଳ ଯୋଗାଇଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ