ନବୀନ ନିବାସରେ ରାଜ୍ୟପାଳ

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଏହି ଅବସରରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟପାଳ ।ଗତ କିଛି ଦିନ ପୂର୍ବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ଯାହାପରେ ନବୀନଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତିନି ଦିନ ଧରି ଚିକିତ୍ସା ହେବା ପରେ ଅଗଷ୍ଟ ୨୦ ତାରିଖରେ ଘରୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ବର୍ତ୍ତମାନ ସେ ନବୀନ ନିବାସରେ ଅଛନ୍ତି । ନିୟମିତ ଭାବେ ଏକ ଡାକ୍ତରୀ ଟିମ୍‌ ନବୀନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏହିକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି। ନବୀନଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନ ନିବାସ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ । ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ।

  • Related Posts

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ନୂଆଦିଲ୍ଲୀ,୨୫/୦୮: ଫୌଜଦାରୀ ମାମଲାରେ ଗିରଫ ହେବା ପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ସେମାନଙ୍କ ପଦବୀରୁ ହଟାଇବା ପାଇଁ ବିଲ୍ ଉପରେ ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ବିରୋଧ…

    Continue reading
    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    କଟକ,୨୫/୦୮: କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ଦୁର୍ଗା ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ