ସୋଆ କୃଷି କଲେଜ ପକ୍ଷରୁ ଗାଜର ଘାସ ସଚେତନତା ସପ୍ତାହ ଉଦ୍ୟାପିତ

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଅଗଷ୍ଟ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ‘ଗାଜର ଘାସ ସଚେତନତା ସପ୍ତାହ’ ପାଳିତ ହୋଇଯାଇଛି ।ପାର୍ଥେନିୟମ୍ ଭାବେ ପରିଚିତ ଏହି ଗାଜର ଘାସର ଅନିଷ୍ଟକାରୀ ପ୍ରଭାବ ଓ କୃଷି ପ୍ରତି ଏହା କିପରି କ୍ଷତିକାରକ ଏହି ବିଷୟରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ସପ୍ତାହ ପାଳିତ ହୋଇଥିଲା ।ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନର କ୍ଷେତ୍ର ବିଜ୍ଞାନ ଓ ଉଦ୍ଭିଦ ଶରୀରତତ୍ୱ ବିଭାଗ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ଯେଉଁଥିରେ ଉଦ୍ଭିଦ ଶରୀରତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ମହାନ୍ତି ଓ କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟାନନ୍ଦ ଜେନା ଓ ବିଶେଷଜ୍ଞ ଶ୍ରୀ ବଳରାମ ସୁବୁଦ୍ଧି ବିଷୟ ଭିତିକ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମର ସମାପନ ଉତ୍ସବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।ଏହାଛଡ଼ା ବିଶ୍ୱବିଦ୍ୟାଳୟର ଜାତୀୟ ସେବା ସଂସ୍ଥା (ଏନ୍ଏସ୍ଏସ୍) ତରଫରୁ ୍ରଅଗଷ୍ଟ ୧୮ ତାରିଖରେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର ଠାରେ ଏକ ରାଲି ଆୟୋଜିତ ହୋଇଥିଲା । ଏହି ରାଲିରେ ୧୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବିକାଶ ପରିଷଦର କର୍ମକର୍ତା ଯୋଗ ଦେଇଥିଲେ ।ସୋଆ ଏନ୍ଏସ୍ଏସ୍ର ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ସ୍ଥାନୀୟ ୱେଲଫେୟାର ଆସୋସିଏସନ୍ର ସଂପାଦକ ଶ୍ରୀ କ୍ଷେତ୍ରମୋହନ ଧଳ, ଡକ୍ଟର ଦୀପ୍ତନୁ ଦତ, ଡକ୍ଟର ମୁକେଶ କୁମାର ପାତ୍ର ଓ ଡକ୍ଟର ନେହା ପ୍ରଧାନ ଏଥିରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀମତି ରଶ୍ମିପ୍ରଭା ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଅଗଷ୍ଟ ୧୯ ତାରିଖରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାଜର ଘାସ ସଚେତନତା ଆଧାରିତ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହା ଛଡ଼ା ଅଗଷ୍ଟ ୨୦ରେ ନିକଟସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାଣିକଟା ଓ ସିଙ୍ଗିର ଶାସନ ଗ୍ରାମରେ ଆଇଏଏସ୍ର ୪ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାଜର ଘାସ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ମନୋରଞ୍ଜନ ରାଉଳ ଓ ସ୍ଥାନୀୟ ସରପଂଚ ଶ୍ରୀ ଭଗବାନ ବେହେରା ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୫୦ ଜଣ ଚାଷୀ ଯୋଗ ଦେଇଥିଲେ । ଏହା ଛଡ଼ା ଏହି ସଭାରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ବାସୁଦେବ ବେହେରା, ଡକ୍ଟର ସରୋଜ କୁମାର ମହାନ୍ତି, ଡକ୍ଟର ଜଗମୋହନ ଲାଲ ଗୁଲାଟି, ଡକ୍ଟର ମନମୋହନ ମିଶ୍ର ଓ ଡକ୍ଟର ନାରାୟଣ ସାହୁ ପ୍ରମୁଖ ବକ୍ତଦ୍ୟ ରଖିଥିଲେ ।
ସହକାରୀ ଅଧ୍ୟାପକ ଡକ୍ଟର ସତ୍ୟନାରାୟଣ ଶତପଥୀ, ଡକ୍ଟର ସ୍ତୃତି ଦେବପ୍ରିୟା ବେହେରା, ଡକ୍ଟର ଜିତେନ୍ଦ୍ର କୁମାର ନାୟକ, ଡକ୍ଟର ବ୍ରଜ ବିହାରୀ ପାଣ୍ଡେ ଓ ଡକ୍ଟର ବିଶାଲ ବିନୟ ଭଟ୍ଟ ସଭାରେ ଗାଜର ଘାସ ବିଷୟରେ କୃଷକମାନଙ୍କ ସଂଶୟ ଦୂର କରିଥିଲେ ।

Related Posts

ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Continue reading
ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ