ଅହମଦାବାଦ,୨୫/୦୮: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ସୋ କରିବା ସହ ଖୋଡାଲଧାମ ଗ୍ରାଉଣ୍ଡରେ ୫୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଶୁଳ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ବିଶ୍ୱରେ, ଆମେ ଆର୍ଥିକ ସ୍ୱାର୍ଥର ରାଜନୀତିକୁ ଭଲ ଭାବରେ ଦେଖୁଛୁ, ସମସ୍ତେ ନିଜ ନିଜ କାମ କରିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ‘ଯେତେ ଚାପ ଆସିଲେ ମଧ୍ୟ, ଆମେ ଆମର ଶକ୍ତି ବୃଦ୍ଧି କରିବୁ’ । ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଦେଶର ଚାଷୀ ଏବଂ ଗୋପାଳକଙ୍କ ସ୍ୱାର୍ଥ ତାଙ୍କ ପାଇଁ ସର୍ବୋପରି। ସେ କହିଛନ୍ତି, “ମୁଁ ଗାନ୍ଧୀଙ୍କ ଭୂମିରୁ କହୁଛି, ମୋ ଦେଶର ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକ ହେଉ, ସେମାନଙ୍କ ସ୍ୱାର୍ଥ ମୋ ପାଇଁ ସର୍ବୋପରି। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଦେଶର ଚାଷୀ ଏବଂ ଗୋପାଳକଙ୍କ ସ୍ୱାର୍ଥ ତାଙ୍କ ପାଇଁ ସର୍ବୋପରି। ସେ କହିଛନ୍ତି, “ମୁଁ ଗାନ୍ଧୀଙ୍କ ଭୂମିରୁ କହୁଛି, ମୋ ଦେଶର ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକ ହେଉ, ସେମାନଙ୍କ ସ୍ୱାର୍ଥ ମୋ ପାଇଁ ସର୍ବୋପରି। ମୋ ସରକାର କେବେବି ଛୋଟ ଉଦ୍ୟୋଗୀ, ଚାଷୀ, ଗୋପାଳକଙ୍କ ପ୍ରତି କୌଣସି କ୍ଷତି ହେବାକୁ ଦେବ ନାହିଁ। ଯେତେ ଚାପ ଆସିଲେ ମଧ୍ୟ, ଆମେ ଏହାକୁ ସହ୍ୟ କରିବା ପାଇଁ ଆମର ଶକ୍ତି ବୃଦ୍ଧି କରିବୁ।” ସେ ଆହୁରି ମଧ୍ୟ ଲୋକମାନଙ୍କୁ ସ୍ବଦେଶୀ ସାମଗ୍ରୀ ଖରିଦ କରିବାକୁ ନିବେଦନ କରିଛନ୍ତି । ସେହିପରି ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବ୍ୟବସାୟୀମାନେ ବିରତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…



