ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ

ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା ମିଳିଛି। ବାଦାୟଁର ସମରେର ସହିତ ଫରିଦପୁରକୁ ସଂଯୋଗ କରିବା ପାଇଁ ଏହି ବ୍ରିଜ୍‌ ୧ ବର୍ଷ ପୂର୍ବେ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା। ଏହି ସେତୁ ଭୁଶୁଡ଼ିବା କାରଣରୁ ରାସ୍ତା ବନ୍ଦ ହୋଇଯାଇଥିଲା, କିନ୍ତୁ ଗୁଗୁଲ ମାନଚିତ୍ରରେ ବ୍ରିଜ୍‌ ଉପରେ ରାସ୍ତାଥିବା ନେଇ ଦେଖାଉଥିଲା। ଡ୍ରାଇଭର ସମାନ ଗୁଗୁଲ ମ୍ୟାପ୍‌ ସାହାଯ୍ୟରେ ଗାଡି ଚଳାଉଥିଲ। ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଆଗକୁ ରାସ୍ତା ନାହିଁ, ତେବେଳେ ବହୁତ ଡେରି ହୋଇଯାଇଥିଲା।

ସୂଚନାଯୋଗ୍ୟ, ସିକ୍ୟୁରିଟି କମ୍ପାନୀର ୩ ଜଣ କର୍ମଚାରୀ ଗାଜିଆବାଦରୁ ଆସୁଥିଲେ। କିନ୍ତୁ ଏହି ଲୋକମାନେ ଜାଣି ନ ଥିଲେ ଯେ ବ୍ରିଜ୍‌ ଭାଙ୍ଗିଯାଇଛି। କୁହାଯାଉଛି ଯେ ସେ ଗୁଗୁଲ ମ୍ୟାପ୍‌ ସାହାଯ୍ୟରେ ଏହି ବାଟରେ ଆସିଥିଲେ। ଆଉ ବ୍ରିଜ୍‌ ଉପରେ ରାସ୍ତା ଥିବା ନେଇ ଗୁଗୁଲ ମ୍ୟାପ୍‌ ଦେଖାଇଲା, ଡ୍ରାଇଭର କାର୍‌କୁ ଆଗକୁ ନେଇଥିଲେ। ରାତିର ଅନ୍ଧକାରରେ ଡ୍ରାଇଭର ଜାଣିପାରିଲା ନାହିଁ ଯେ ୩୦ ମିଟର ପରେ ରାସ୍ତା ନାହିଁ । ଏହି କାରଣରୁ ତାଙ୍କ କାର୍‌ ବ୍ରିଜ୍‌ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପଛରେ ପବ୍ଲିକ ୱାର୍କସ ବିଭାଗର ଅବହେଳା ମଧ୍ୟ ସାମ୍ନାକୁ ଆସୁଛି। ଅଭିଯୋଗ ହୋଇଛି ଯେ ଅସମ୍ପୂର୍ଣ୍ଣ ସେତୁ ପୂର୍ବରୁ ପବ୍ଲିକ ୱାର୍କସ ବିଭାଗ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ କିମ୍ବା ସଂପୃକ୍ତ ବିଭାଗ ଗୁଗୁଲ ମ୍ୟାପରେ ରାସ୍ତାର ମାର୍ଗ ପରିବର୍ତ୍ତନ କରିନାହିଁ।

Related Posts

ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ମିଳିଛି ବଡ଼ ଦଣ୍ଡ। ଶୁକ୍ରବାର ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ…

ଏନକାଉଣ୍ଟର, ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

Leave a Reply

Your email address will not be published. Required fields are marked *

You Missed

ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ   : ଭକ୍ତ

ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ

ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ