ଭୁବନେଶ୍ୱର,29।08: ସେପ୍ଟେମ୍ବର ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ପିତୃପକ୍ଷର ମଧ୍ୟ ଆରମ୍ଭ ହେବ। ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ମାନ୍ୟତା ରହିଛି। ୭ ସେପ୍ଟେମ୍ବର ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍ରେ ଶେଷ ହେବ। ଜ୍ୟୋତିର୍ବିଦ୍ଙ୍କ ମତାନୁସାରେ ୭ ସେପ୍ଟେମ୍ବରକୁ ଦେଖାଯିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯିବ। ଅନେକ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ । ୭ ସେପ୍ଟେମ୍ବରରେ ୧୨ଟା ୫୭ ମିନିଟ୍ରେ ପାକ ତ୍ୟାଗ ସମୟ ଆରମ୍ଭ ହେବ। ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ।
ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି
ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…






