ସରସତିଆକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରସ୍ତାବ ଦିଆଯିବ: ଧର୍ମେନ୍ଦ୍ର

ସମ୍ବଲପୁର: ସରସତିଆ ଖାଇବା ପାଇଁ ଯାଇଥିଲି। ଏହି ଅବସରରେ ସ୍ଥାନୀୟ ଲୋକେ ସରସତିଆକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରସ୍ତାବ ଦେଇଥିଲେ। ବିଶ୍ବର ଖାଦ୍ୟ ତାଲିକାରେ ଏହାର ପ୍ରସିଦ୍ଧି ବଢ଼ିବ। ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କହିଛି। ରାଜସ୍ବ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଏଥିରେ ସହଯୋଗ କରିବେ। ନେଲସନ୍‌ ମଣ୍ଡେଲାଙ୍କଠାରୁ ଅଧିକ ସମୟ ଜେଲ୍‌ରେ ରହିଥିଲେ ଉଦ୍ଦନ୍ତ ସାଏ, ଜାଲିଆନାୱାଲାବାଗଠାରୁ ଲୋମହର୍ଷକ ହିଂସାକାଣ୍ଡ ଘଟିଥିଲା ସମ୍ବଲପୁରର କୁଦୋପାଲିରେ। ଆମେ ଲେଖିଲୁ ନାହିଁ ବୋଲି କେହି ଜାଣିଲେ ନାହିଁ। ତେଣୁ ଏହା ଉପରେ ଅଧିକ ଲେଖିବାକୁ ପଡ଼ିବ। ନିଜ ବିଷୟରେ ଯେତେ ଲେଖିପାରିଲେ ପୃଥିବୀ ଆମ ବିଷୟରେ ଜାଣିବ।ଗୁରୁବାର ଓଡ଼ିଶା ସଂସ୍କୃତିକ ସମାଜ ପକ୍ଷରୁ ତପସ୍ବିନୀ ହଲ୍‌ରେ ଆୟୋଜିତ ନୂଆଁଖାଇ ଭେଟଘାଟ୍‌ କାର୍ୟ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଡ. ପରେଶ ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ, ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସମ୍ବଲପୁର ରିଙ୍ଗ୍‌ରୋଡ୍‌ ସମ୍ପ୍ରସାରଣ, ଅଯୋଧ୍ୟାଘାଟର ଉନ୍ନତୀକରଣ ଆଦି ବିଷୟରେ ଅଧିକ ସୂଚନା ଦେଇଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସମ୍ପାଦକ ଦୀନବନ୍ଧୁ ପଣ୍ଡା ତାଙ୍କ ବିବରଣୀରେ ଓଡ଼ିଶା ସାଂସ୍କୃତିକ ସମାଜର ସଂସ୍କୃତି ସଂଗ୍ରହାଳୟ ଓ ସମ୍ବଲପୁରୀ ଭାଷାର ପାଠାଗାର ପାଇଁ ସରକାରଙ୍କ ସହାୟତା ନିମନ୍ତେ ଅନୁରୋଧ କରିଥିଲେ।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ