ଷ୍ଟେସନରେ ଅଘଟଣ: ରେଳବାଇର ଦୁଇ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍

କଟକ: କଟକ ରେଳ ଷ୍ଟେସନରେ ୨ ନମ୍ବର ଗେଟ୍‌ ଭୁଶୁଡ଼ି ପ୍ଲାଟଫର୍ମ ଉପରେ ପଡ଼ିବା ଘଟଣାରେ କଠୋର ପଦକ୍ଷେପ ନେବାକୁ ଯାଉଛି କଟକ ଜିଆର୍‌ପି ଥାନା।ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵ ନେଇଥିବା ୟୁଆର୍‌ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍‌ର ସନ୍ତୋଷଜନକ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବଜ୍ଝଗତ ବୁଧବାର କଟକ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ ଘଟିଥିଲା। ଏଥିରେ ଜଣେ ରେଳବାଇ କର୍ମଚାରୀ ଆହତ ହୋଇଛଥିଲେ। ୧ ନମ୍ବର ପ୍ଲାଟଫର୍ମ ନିକଟରେ ୨ ନମ୍ବର ଗେଟ୍‌ ଭଙ୍ଗାଯାଉଥିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା। ପ୍ଲାଟଫର୍ମର ସେଡ୍ ଉପରେ ପଡ଼ିବାରୁ ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଆହତ କର୍ମଚାରୀଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଡିଆର୍‌ଏମ୍‌ଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ରେଳବାଇର ୭ଟି ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱଡ଼ା ଅଭିମୁଖେ ବାହାରି ଅପରାହ୍ଣ ୩ଟା ୨୦ରେ କଟକ ଷ୍ଟେସନରେ ପହଞ୍ଚିଥିଲା ଏବଂ ଅପରାହ୍ଣ ୩ଟା ୨୫ରେ ଯାତ୍ରୀଙ୍କୁ ନେଇ କଟକ ଷ୍ଟେସନ୍ ଛାଡ଼ିଥିଲା। ଏହାର କିଛି ସମୟ ପରେ ଅପରାହ୍ଣ ପ୍ରାୟ ୩ଟା ୪୫ରେ ପ୍ଲାଟଫର୍ମ ନମ୍ବର ୧ର ୨ ନମ୍ବର ଗେଟ୍‌ରେ ଥିବା ପୁରୁଣା ଫାଟକ ଭଙ୍ଗାଯାଉଥିବା ବେଳେ ତାହା ପ୍ଲାଟଫର୍ମର ଆଜବେଷ୍ଟସ୍‌ ଉପରେ ଖସିପଡ଼ିଥିଲା। ଯାହାଫଳରେ ଆଜବେଷ୍ଟସ୍‌ ପ୍ଲାଟଫର୍ମ ୧ର ୧ ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ତୁରନ୍ତ ରେଳବାଇ ପକ୍ଷରୁ ରେଳ ଧାରଣା ଉପରେ ପଡ଼ିଥିବା ଲୁହା ସାମଗ୍ରୀଗୁଡ଼ିକ ହଟାଇବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ