କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ: ଆଇନମନ୍ତ୍ରୀ

ଭୁବନେଶ୍ୱର: ଦେଶବ୍ୟାପୀ ୩୧ ସହରରୁ ୧୨,୭୭୦ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇଥିବା ଜାତୀୟସ୍ତରୀୟ ସୂଚକାଙ୍କ ଗୁରୁବାର ପ୍ରକାଶ ପାଇଥିଲା।ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।
ସର୍ଭେରେ ମହିଳାମାନଙ୍କ ପାଇଁ ଦେଶର ସବୁଠୁ ନିରାପଦ ସହର ମଧ୍ୟରେ ଭୁବନେଶ୍ୱର ସମେତ କୋହିମା, ବିଶାଖାପଟଣା, ଐଜଓ୍ବଲ, ଗାଙ୍ଗ୍‌ଟକ୍‌, ଇଟାନଗର ଏବଂ ମୁମ୍ବାଇ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ସବୁଠୁ ନିମ୍ନ ର଼୍ୟାଙ୍କରେ ରହିଥିବା ଜାତୀୟ ମହିଳା ସୁରକ୍ଷା ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ (ଏନ୍‌ଏଆର୍‌ଆଇ) ୨୦୨୫ରୁ ଜଣାପଡ଼ିଛି।ଭୁବନେଶ୍ୱର, କୋହିମା ଓ ଶୀର୍ଷ ର଼୍ୟାଙ୍କ୍‌ରେ ଥିବା ଅନ୍ୟ ସହରଗୁଡ଼ିକରେ ଲିଙ୍ଗଗତ ସମାନତା, ନାଗରିକ ଅଂଶଗ୍ରହଣ, ନୀତି ନିର୍ଦ୍ଧାଣ, ମହିଳା ଅନୁକୂଳ ଭିତ୍ତିଭୂମିରେ ସୁଦୃଢ଼ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର ଭଳି ସହର ଦୁର୍ବଳ ଆନୁଷ୍ଠାନିକ ଉତ୍ତରଦାୟିତ୍ୱ, ପିତୃସତ୍ତାତ୍ମକ ମାନଦଣ୍ଡ ଏବଂ ସହରାଞ୍ଚଳ ଭିତ୍ତିଭୂମିରେ ପାର୍ଥକ୍ୟ ଯୋଗୁ ଖରାପ ର଼୍ୟାଙ୍କ୍‌ରେ ରହିଛନ୍ତି।
ସର୍ଭେରେ ଭାଗନେଇଥିବା ପ୍ରତି ୧୦ ମହିଳାଙ୍କ ମଧ୍ୟରୁ ୬ ଜଣ ସେମାନଙ୍କ ସହରରେ ସୁରକ୍ଷିତ ଅନୁଭବ କରୁଥିବା କହିଥିବାବେଳେ ୪୦% ସେତେଟା ସୁରକ୍ଷିତ ନୁହନ୍ତି କିମ୍ବା ଅସୁରକ୍ଷିତ ମଣୁଥିବା ମତ ରଖିଥିଲେ। ରାତିରେ ସୁରକ୍ଷାକୁ ନେଇ ରହିଥିବା ଧାରଣାରେ ତୀବ୍ର ହ୍ରାସ ଦେଖାଦେଇଛି।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ