
ଭୁବନେଶ୍ୱର, ୧୩ ।୧୦ : ପୁରୀ ଜିଲ୍ଲା ଅସ୍ତରଙ୍ଗର ନୂଆଗଡ଼ରେ ମତ୍ସ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ଆର୍ଥିକ ବିଡ୍କୁ ଅନୁମୋଦନ କରାଯାଇଛି । ଏହାର ନିର୍ମାର ଖର୍ଚ୍ଚ ୧୩୩.୮୧ କୋଟି ରହିଛି । ଆଇଆଇଟି ମାଡ୍ରାସର ବୈଷୟିକ ସହାୟତାରେ ଚବିଶ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଯୋଜନା କରାଯାଇଛି । ଏହାଦ୍ୱାରା ୩୫ ହଜାର ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ ।
ଓଡିଶା ଅଧସ୍ତନ ମତ୍ସ୍ୟ ସେବା କ୍ୟାଡ଼ରର ପୁନର୍ଗଠନ କରାଯାଇ ପଦବୀ ବୃଦ୍ଧି କରାଯାଇଛି । ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୪୪୫ରୁ ୭୭୪କୁ ବୃଦ୍ଧି କରାଯାଇଛି । ଅତଏବ ୩୨୯ଟି ନୂଆ ପଦବୀ ସୃଷ୍ଟିହୋଇଛି । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୧୨୭ରୁ ୨୨୪କୁ ବୃଦ୍ଧି କରାଯାଇଥିବାବେଳେ ଦରମାସ୍ତର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି କରାଯାଇଛି । ସେହିପରି କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୩୧୮ରୁ ୫୫୦କୁ ବୃଦ୍ଧି କରାଯିବା ସହ ସେମାନଙ୍କ ଦରମା ସ୍ତର ଲେଭଲ-୩ରୁ ଲେଭଲ-୫କୁ ବୃଦ୍ଧି କରାଯାଇଛି ।







